www.samajalive.in
Tuesday, December 9, 2025
15.1 C
Bhubaneswar

‘ଦି କାଶ୍ମୀର ଫାଇଲ୍ସ’ର ସୁନାମୀରେ ଉବୁଟୁବୁ ‘ବଚ୍ଚନ ପାଣ୍ଡେ’

ମୁମ୍ବଇ: ‘ଦି କାଶ୍ମୀର ଫାଇଲ୍ସ’ ଯେଉଁଭଳି ଭାବେ ବକ୍ସ ଅଫିସରେ ସୁନାମୀ ଆଣିଛି, ଏହାଦ୍ବାରା ଅନ୍ୟ ବଡ଼ ଚଳଚ୍ଚିତ୍ରଗୁଡ଼ିକ ପ୍ରଭାବିତ ହେଉଥିବା ପରିଲକ୍ଷିତ ହୋଇଛି। ‘ଦି କାଶ୍ମୀର ଫାଇଲ୍ସ’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଥିବା ବେଳେ ଇତି ମଧ୍ୟରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’। ଏହାର ଓପନିଂ ବହୁତ ଭଲ ଥିଲା ସତ, କିନ୍ତୁ ପ୍ରଥମ ସୋମବାର ବେଳକୁ ‘ବଚ୍ଚନ ପାଣ୍ଡେ’ର ଆୟ ହ୍ରାସ ପାଇଛି।

ବକ୍ସ ଅଫିସ ଇଣ୍ଡିଆ ରିପୋର୍ଟ ମୁତାବକ, ପ୍ରଥମ ସୋମବାର ଅକ୍ଷୟଙ୍କ ଫିଲ୍ମର ଆୟ ୬୫-୭୦ ପ୍ରତିଶତ ହ୍ରାସ ପାଇଛି। ଚତୁର୍ଥ ଦିନରେ ଫିଲ୍ମ କେବଳ ୪ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସରେ ‘ବଚ୍ଚନ ପାଣ୍ଡେ’ ଓ ‘ଦି କାଶ୍ମୀର ଫାଇଲ୍ସ’ ମଧ୍ୟରେ ଜବରଦସ୍ତ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି। ‘ବଚ୍ଚନ ପାଣ୍ଡେ’ ୧୩.୨୫ କୋଟି ସହ ଖାତା ଖୋଲିଥିଲା। ଏହାପରେ ଫିଲ୍ମ ଶନିବାର ୧୨ କୋଟି, ରବିବାର ୧୨ କୋଟିର ବ୍ୟବସାୟ କରିଥିଲା। ସପ୍ତାହ ଶେଷ ପର୍ଯ୍ୟନ୍ତ ‘ବଚ୍ଚନ ପାଣ୍ଡେ’ ୩୭.୨୫ କୋଟି ଟଙ୍କା ଆୟ କରିଥିଲା। ସୋମବାରର ଆୟକୁ ମିଶାଇ ‘ବଚ୍ଚନ ପାଣ୍ଡେ’ର ଆୟ ୪୧ କୋଟିରେ ପହଞ୍ଚିଛି। ‘ବଚ୍ଚନ ପାଣ୍ଡେ’ର ଆୟ ଯଦି ଏହିପରି ରହେ, ତେବେ ଆୟ ଭିତ୍ତିରେ ପ୍ରଥମ ସପ୍ତାହ ଅତ୍ୟନ୍ତ କଠିନ ସାବ୍ୟସ୍ତ ହେବ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories