ସମତାଭିତ୍ତିକ ସମାଜ ପ୍ରତିଷ୍ଠାର ଅନନ୍ୟ ରୂପକାର ଭାରତରତ୍ନ ବାବାସାହେବ ଆମ୍ବେଦକର
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭାରତରତ୍ନ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବାବା ସାହେବ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ଥିଲେ ବିଶିଷ୍ଟ ଜନନେତା, ସମ୍ବିଧାନ ପ୍ରଣେତା ଏବଂ ସମତାଭିତ୍ତିକ ସମାଜ ପ୍ରତିଷ୍ଠାର ଅନନ୍ୟ ରୂପକାର । ଡ. ଆମ୍ବେଦକରଙ୍କ ଜୀବନ ଭାରତବାସୀଙ୍କ ପାଇଁ ସମର୍ପିତ ଥିଲା। ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ପଛୁଆବର୍ଗର ଲୋକମାନଙ୍କ ଉତ୍ଥାନ ତାଙ୍କ ଜୀବନର ବ୍ରତ ଥିଲା। ଜଣେ ଦାର୍ଶନିକ ଆଇନଜ୍ଞ, ଅର୍ଥନୀତିଜ୍ଞ, ବାଗ୍ମୀ ଓ ସଂସ୍କାରକ ଭାବରେ କେବଳ ଭାରତବର୍ଷ ନୁହେଁ ବରଂ ସମଗ୍ର ବିଶ୍ୱରେ ତାଙ୍କର ସୁନାମ ରହିଛି ବୋଲି ଅତିଥିମାନେ ଏହି ଅବସରରେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଜି ଛକସ୍ଥିତ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସରକାରୀ ନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Comments are closed.