www.samajalive.in
Sunday, December 14, 2025
19.1 C
Bhubaneswar

ଏଣିକି+୨ ପରେ କରିହେବ ବି.ଏଡ୍‌

ଭୁବନେଶ୍ବର : ଏଣିକି +୨ ପରେ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ୍‍ ଟିଚର ଏଜୁକେସନ ପ୍ରୋଗ୍ରାମ ମାଧ୍ୟମରେ ୪ ବର୍ଷର ପାଠ୍ୟକ୍ରମରେ ନିଜର ବିଏଡ ଶିକ୍ଷାକୁ ସମ୍ପୂର୍ଣ୍ଣ କରିପାରିବେ। ବିଗତ ଦିନରେ ଛାତ୍ରଛାତ୍ରୀ +୨ ପରେ ୩ ବର୍ଷ ସ୍ନାତକ ଏବଂ ଏହାପରେ ୨ ବର୍ଷର ବିଏଡ ପାଠ୍ୟକ୍ରମ ଅର୍ଥାତ ୫ ବର୍ଷ ପରେ ବିଏଡ ସାର୍ଟିଫିକେଟ ପାଇପାରୁଥିଲେ। ଆଇଟିଇପି ଲାଗୁ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ନିଜର ସ୍ନାତକ ଓ ବିଏଡ ପାଠ୍ୟକ୍ରମକୁ ୪ ବର୍ଷ ମଧ୍ୟରେ ଶେଷ କରିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ରହିଥିବା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ରେ ଆଇଟିଇପି ଲାଗୁ କରିବା ପାଇଁ ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସେମାନଙ୍କ ନିକଟସ୍ଥ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇସାରିବା ପରେ ଆଗାମୀ ଦିନରେ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନର ନିୟମ ଅନୁଯାୟୀ ଆଇଟିଇପି ଲାଗୁ କରିହେବ। ଆଇଟିଇପି ଲାଗୁ ହେବା ଦ୍ୱାରା ଶିକ୍ଷକ ଶିକ୍ଷଣ ଅନୁଷ୍ଠାନଗୁଡ଼ିକ ମଲ୍ଟି ଡିସିପ୍ଲିନାରୀ ହୋଇପାରିବେ। ଅନ୍ୟପକ୍ଷରେ ରାଜ୍ୟରେ ଥିବା ୧୮୯ଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ଆର୍ଥିକ ରାଶି ଅନୁମୋଦିତ ହୋଇଛି। ଏହି ଆର୍ଥିକ ରାଶି ଦ୍ୱାରା ମହାବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ, ପରୀକ୍ଷାଗାର, କ୍ୟାଣ୍ଟିନ, ପାଠାଗାର, କମନ୍‌ ରୁମ୍, ବହୁମୁଖୀ ହଲ୍, ପ୍ରଶାସନିକ ଓ ଏକାଡେମିକ କୋଠା ଆଦିର ନିର୍ମାଣ, ମରାମତି, ପୁନରୁଦ୍ଧାର କାର୍ଯ୍ୟ କରାଯାଇପାରିବ। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀ ଆଭାସି ମାଧ୍ୟମରେ ଏକ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ସ୍ବର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ରାଜ୍ୟରେ ଆଇଟିଇପି ଲାଗୁହେବା ଦ୍ୱାରା ଛାତ୍ରଛାତ୍ରୀ +୨ ପରେ ୪ ବର୍ଷ ମଧ୍ୟରେ ନିଜର ବିଏଡ ପାଠ୍ୟକ୍ରମକୁ ସମାପ୍ତ କରିପାରିବେ, ଯାହାକି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିସହିତ ବେସରକାରୀ ମହାବିଦ୍ୟାଳୟର ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ଓ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୬୮କୋଟି ଟଙ୍କାର ଆର୍ଥିକ ରାଶି ଅନୁମୋଦିତ ହୋଇଛି, ଯାହାକି ନିଶ୍ଚିତ ରୂପେ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଦିଗରେ ସହାୟକ ହେବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories