www.samajalive.in
Saturday, December 6, 2025
14.1 C
Bhubaneswar

ଆର୍ୟନ୍ ଖାନ୍‌ଙ୍କ ପ୍ରସ୍ତୁତି

ମୁମ୍ବଇ : କିଙ୍ଗ୍ ଖାନ୍ ଶାହରୁଖ୍ ଏବେ ଝିଅ ସୁହାନାର କ୍ୟାରିୟର ପାଇଁ ଖୁବ୍ ଚିନ୍ତିତ ଥିବାବେଳେ ପୁଅ ଆର୍ୟନ୍ ଖାନ୍ ମଧ୍ୟ ୨୦୧୯ ପ୍ରାରମ୍ଭରେ ବଲିଉଡରେ ପାଦ ଥାପିବେ ବୋଲି ଶୁଣାଯାଉଛି। ଏଇ ଦାୟିତ୍ବ ଶାହରୁଖ୍‌ଙ୍କ ଘନିଷ୍ଠ ବନ୍ଧୁ କରନ୍ ଜୋହର୍ ନେଇଛନ୍ତି। ପ୍ରଯୋଜକ ତଥା ନିର୍ଦେଶକ କରନ୍ ଜୋହର୍ ଏଯାବତ୍ ସଂଖ୍ୟାଧିକ ତାରକା ସନ୍ତାନଙ୍କୁ ବଲିଉଡରେ ପ୍ରତିଷ୍ଠିତ କରାଇସାରିଲେଣି। ଆର୍ୟନ୍ ଏବେ ନ୍ୟୁୟର୍କରେ ପଢ଼ୁଛନ୍ତି। ଯଥା ଶୀଘ୍ର ତାଙ୍କ ପାଠ୍ୟକ୍ରମ ଶେଷ ହେବା ପରେ ସେ ସିନେଜଗତରେ କ୍ୟାରିୟର ଆରମ୍ଭ ପୂର୍ବରୁ ଆଗେ ତାଲିମ ନେବେ। ତାଙ୍କ ଅଭିନୀତ ଚଳଚ୍ଚିତ୍ରର ନିର୍ଦେଶନା କରନ୍ ଜୋହର୍ ଦେବାବେଳେ ପ୍ରଯୋଜନା ଦାୟିତ୍ବ ସଲମାନ୍ ଖାନ୍ ନେବେ ବୋଲି ଶୁଣାଯାଉଛି। ଅନ୍ୟପାଖେ ଆର୍ୟନ୍‌ଙ୍କ ସହ କଳାକାର ଭାବେ ଖୁସି କପୁର କ୍ୟାରିୟର ଆରମ୍ଭ କରିପାରନ୍ତି। ବୋନି କପୁର ଓ ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ହେଉଛନ୍ତି ଖୁସି। ବଡ଼ ଝିଅ ଜାହ୍ନବୀଙ୍କ କ୍ୟାରିୟରର ଶୁଭାରମ୍ଭ କରନ୍ କରିଥିବାବେଳେ ଖୁସିଙ୍କ ଦାୟିତ୍ବ ମଧ୍ୟ କରନ୍ ନିଜେ ହିଁ ନେଇଛନ୍ତି। ଚଳଚ୍ଚିତ୍ରର କାହାଣୀ ସ୍ଥିର ହୋଇଯାଇଥିବାବେଳେ ସୁଇଜରଲ୍ୟାଣ୍ଡରେ ଏହାର ପ୍ରାଥମିକ ପର୍ଯ୍ୟାୟ ସୁଟିଂ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories