www.samajalive.in
Sunday, December 7, 2025
23.1 C
Bhubaneswar

ଉଭୟ ପୁଅ ଓ ଝିଅଙ୍କୁ ଯୌନଶୋଷଣ ସମ୍ବନ୍ଧରେ ସଚେତନ କରିବାର ଆବଶ୍ୟକତା ରହିଛି : ସୁନୀତା କ୍ରିଷ୍ଣନ୍‌

ଭୁବନେଶ୍ୱର: ପିଲାମାନଙ୍କୁ ଏକ ସୁରକ୍ଷିତ ଶୈଶବ ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ୱ । ସେମାନଙ୍କୁ ଭଲ ଓ ଖରାପ ସ୍ପର୍ଶ ଏବଂ ବ୍ୟବହାର ବିଷୟରେ ଶିଖାଇବା ଅଭିଭାବକ, ସମାଜ, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କର କର୍ତ୍ତବ୍ୟ । ଉଭୟ ପୁଅ ଓ ଝିଅଙ୍କୁ ଛୋଟବେଳୁ ହିଁ ମାନସିକ ଓ ଶାରିରୀକ ସୁରକ୍ଷା ବିଷୟରେ ବିଦ୍ୟାଳୟସ୍ତରରେ ସଚେତନ କରିବାର ଆବଶ୍ୟକତା ରହିଛି । ଯୈðାନଶୋଷଣ, ନିର୍ଯାତନା ଓ ଅପରାଧ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରିବା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡ଼ିଛି । ପିଲାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦିଆଯାଇ ସ୍କୁଲ ପାଠ୍ୟକ୍ରମରେ ଯୌନ ସଚେତନତା ଅନ୍ତର୍ଭୁକ୍ତ କରିବା ଅବାଶ୍ୟକ ବୋଲି ପ୍ରତିଷ୍ଠିତ ସାମାଜିକ କର୍ମୀ ତଥା ‘ପ୍ରାଜ୍ଜ୍ୱଳା’ର ସହ ପ୍ରତିଷ୍ଠାତା ଡ. ସୁନୀତା କ୍ରିଷ୍ଣନ୍‌ କହିଛନ୍ତି । ଶୁକ୍ରବାର ‘ମୋ ସ୍କୁଲ୍‌ ଅଭିଯାନ’ ରାଜ୍ୟ କାର୍ଯ୍ୟାଳୟ ଗସ୍ତକରିବା ଅବସରରେ ସେ ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀଙ୍କ ସହ ସାକ୍ଷାତ କରିବା ସହ ଶିକ୍ଷାନୁଷ୍ଠାନରେ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌. ଏବଂ ‘ମୋ ସ୍କୁଲ୍‌’ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସେ କହିଥିଲେ, ପିଲାମାନଙ୍କ ପ୍ରତି ଦିନକୁ ଦିନ ଯୌନ ନିର୍ଯାତନା ମାମଲା ବଢ଼ìଥିବାବେଳେ ୧୮ବର୍ଷରୁ କମ୍‌ ବୟସର ବହୁ ଯୁବତୀଙ୍କୁ ବାହାର ରାଜ୍ୟ ଏବଂ ଦେଶକୁ ଚାଲାଣ କରାଯାଉଛି । ସାମାନ୍ୟ ଅର୍ଥଲୋଭରେ ନିଜ ସମ୍ପର୍କୀୟ ଲୋକ ମଧ୍ୟ ପିଲାମାନଙ୍କୁ ଦଲାଲମାନଙ୍କ ପାଖରେ ବିକ୍ରି କରିଦେଉଛନ୍ତି । ବହୁ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କୁ ପୋଲିସ ପ୍ରଶାସନ ଉଦ୍ଧାର କଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ସେମାନଙ୍କର ପରିବାର ଲୋକେ ଗ୍ରହଣ କରୁନାହାନ୍ତି । ଏନେଇ ଆମ ସମାଜର ମାନସିକତାରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି । ଶିଶୁମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ମାନସିକ ଓ ଶାରିରୀକ ଭାବରେ ସୁସ୍ଥ ଶିଶୁ ହିଁ କାଲିକୁ ଏକ ଉତ୍ତମ ନାଗରିକ ହେବା ସହ ରାଷ୍ଟ୍ରଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଡ. ସୁନୀତା କ୍ରିଷ୍ଣନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରାଜ୍ଜ୍ୱଳା’ ମାନବଚାଲାଣ ପ୍ରତିରୋଧ ପାଇଁ କାର୍ଯ୍ୟ କରୁଥିବାବେଳେ ଏବେ ସୁଦ୍ଧା ୧୭,୮୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଯୌନଶୋଷଣ କବଳରୁ ରକ୍ଷାକରିଛି । ଏଥିପାଇଁ ସୁନୀତା ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories