www.samajalive.in
Monday, December 15, 2025
24.1 C
Bhubaneswar

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌: ଚାର୍ଟର ବିମାନରେ କରୋନା ସଂକ୍ରମିତ; ସଙ୍ଗରୋଧରେ ରହିଲେ ୪୭ ଖେଳାଳି

ମେଲବୋର୍ଣ୍ଣ: ଆସନ୍ତା ଫେବୃଆରୀ ୮ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ବିଭିନ୍ନ ଦେଶର ଖେଳାଳିଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ଚାର୍ଟର ବିମାନର ବନ୍ଦୋବସ୍ତ କରାଯାଇଥିବା ବେଳେ ଦୁଇଟି ଚାର୍ଟର ବିମାନରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ଦୁଇଟି ବିମାନରେ ଯାତ୍ରା କରିଥିବା ୪୭ଜଣ ଖେଳାଳିଙ୍କୁ ହୋଟେଲ୍‌ରେ ସଙ୍ଗରୋଧରେ ରଖିଛନ୍ତି ଆୟୋଜକ।

ଲସ୍‌ ଆଞ୍ଜେଲ୍‌ସରୁ ୨୪ଜଣ ଖେଳାଳିଙ୍କୁ ନେଇ ଏକ ଚାର୍ଟର ବିମାନ ଅଷ୍ଟ୍ରେଲିଆ ଅଭିମୁଖେ ବାହାରି ଥିଲା। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ କରାଯାଇଥିବା କୋଭିଡ୍‌ ପରୀକ୍ଷାରୁ ବିମାନର ଜନୈକ କର୍ମଚାରୀ ଓ ଅନ୍ୟ ଜଣେ ଅଣଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେହିପରି ଆବୁଧାବିରୁ ଅନ୍ୟ ଏକ ଚାର୍ଟର ବିମାନରେ ୨୩ଜଣ ଖେଳାଳି ଅଷ୍ଟ୍ରେଲିଆ ଆସିଥିଲେ। ଏହି ବିମାନରେ ଜଣେ ଅଣଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ମୋଟ୍‌ ୪୭ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। କରୋନା ସଂକ୍ରମିତ ୩ଜଣଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଏହି ଖେଳାଳିମାନେ ୧୪ ଦିନ ସଙ୍ଗରୋଧରେ ରହିବେ। ସେମାନଙ୍କୁ ହୋଟେଲ୍‌ ରୁମ୍‌ ବାହାରକୁ ଆସିବାକୁ ଅନୁମତି ମିଳିବ ନାହିଁ ବୋଲି ଆୟୋଜକଙ୍କ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ସୂଚନାଥାଉକି ସଙ୍ଗରୋଧରେ ରହିବା ସମୟରେ ଖେଳାଳିମାନେ ପ୍ରତିଦିନ ୫ ଘଣ୍ଟା ହୋଟେଲ୍‌ ପରିସରରେ ଅଭ୍ୟାସ କରିପାରିବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ଏହି ୪୭ଜଣ ଖେଳାଳିଙ୍କୁ ସେହି ସୁବିଧା ମିଳିବ ନାହିଁ ବୋଲି ଆୟୋଜକଙ୍କ ତରଫରୁ ସ୍ପଷ୍ଟ କରି ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories