www.samajalive.in
Saturday, December 6, 2025
19.1 C
Bhubaneswar

ମରିସସ୍‌ରେ ଓଡିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରଦୂତଙ୍କୁ ବୈଜୟନ୍ତଙ୍କ ଚିଠି

ଭୁବନେଶ୍ବର: ମରିସସ୍‌ରେ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାମ ହେଉଛି ଟୁନା ନାୟକ। ଟୁନାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ଲାଗି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମରିସସ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଫାରକାପଲ୍ଲୀ ଗ୍ରାମର ସୁଭାଷ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ମରିସସର ଏକ ଘରୋଇ କମ୍ପାନୀରେ ମାର୍ଚ୍ଚ ୨୦୧୭ରୁ କାମ କରୁଥିଲେ। ଟୁନା ୨୦୨୦ ମାର୍ଚ୍ଚ ୨୦ ତାରିଖ ଦିନ ତାଙ୍କ ବାପାଙ୍କ ପାଖକୁ ପଇସା ପଠାଇବା ପାଇଁ ନିକଟରେ ଥିବା ଏକ ଏଟିଏମକୁ ଯାଇଥିଲେ। ସେହି ଦିନଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ପରିବାର ଲୋକେବହୁ ଆଡେ ଖୋଜା ଖୋଜି କରିବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି। ସହାୟତା ପାଇଁ ପରିବାର ଲୋକ ବୈଜୟନ୍ତଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।

- Advertisement -

ଏହା ପରେ ବୈଜୟନ୍ତ ମରିସସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଟୁନାଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇଦେବା ନିବେଦନ କରିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories