www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ମିଥ୍‌ଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆର ଭାଗ୍ୟ ବଦଳିବ?

ଇନ୍ଦୋର : ଚଳିତ ଟେଷ୍ଟ ଶୃଙ୍ଖଳରେ ୦-୨ରେ ପଛୁଆ ଅଛି ଅଷ୍ଟ୍ରେଲିଆ ଏବଂ ଏହାସହ ବର୍ଡର-ଗାଭାସ୍କର ଟ୍ରଫି ହାସଲ କରିବାର ମଉକା ହରାଇଛି। ତଥାପି ଅସ୍ଥାୟୀ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କ ନେତୃତ୍ବରେ ପ୍ରତ୍ୟାବର୍ତ୍ତନ କରିବାକୁ ଅଷ୍ଟ୍ରେଲିଆ ଦଳ କଡ଼ା ଅଭ୍ୟାସ ଚଳାଇଛି। ପାରିବାରିକ ସମସ୍ୟା ଯୋଗୁଁ ନିୟମିତ ଅଧିନାୟକ ପ୍ୟାଟ୍‌ କମିନ୍‌ସ ଅଷ୍ଟ୍ରେଲିଆରେ ରହି ଯାଇଥିବା ବେଳେ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଆହତ ହୋଇ ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ଆହତ ହୋଇ ଜୋସ୍ ହାଜେଲ୍‌ଉଡ୍‌ ସ୍ବଦେଶ ଫେରି ଯାଇଛନ୍ତି। ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାସଲ କରିଥିବା ବେଳେ ଶୃଙ୍ଖଳା ପରାଜୟରୁ ବଞ୍ଚିବା ପାଇଁ ବାକି ୨ଟି ଟେଷ୍ଟରେ ଅ​‌େ​‌ଷ୍ଟ୍ରଲିଆକୁ ଜିତିବାକୁ ପଡ଼ିବ।
ଏହା ସତ ​‌େ​‌ଯ ମ୍ୟାଚ୍‌ରେ ସ୍ପିନ୍‌ର ପ୍ରମୁଖ ଭୂମିକା ରହିବ। ତଥାପି ଫିଟ୍‌ ହୋଇଥିବା ଅଲ୍‌ରାଉଣ୍ଡର କାମେରନ୍ ଗ୍ରୀନ୍‌ ଓ ଫାଷ୍ଟବୋଲର ମିଚେଲ ଷ୍ଟାର୍କ ୩ୟ ଟେଷ୍ଟମ୍ୟାଚ୍‌ ଖେଳିପାରନ୍ତି। ନିଜେ ଷ୍ଟାର୍କ କହିଛନ୍ତି ଯେ ମ୍ୟାଚ୍‌ରେ ପେସ୍‌ ବୋଲରଙ୍କ ଭୂମିକା ନିଶ୍ଚୟ ରହିବ। ହେଲେ ସ୍ପିନର ହିଁ ୨୦ଟି ୱିକେଟ ନେବାର ଅଧିକ ସମ୍ଭାବନା ରହିଛି। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ବିଶ୍ବର ୨ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆର ଅଧିନାୟକ ଥିଲେ। ହେଲେ ବାଲିକାଗଜ ବିବାଦ ପରେ ତାଙ୍କଠାରୁ ନେତୃତ୍ବ ଛଡ଼ାଇ ନେଇଥିଲା। ୨୦୧୭ରେ ସ୍ମିଥ୍‌ଙ୍କ ନେତୃତ୍ବରେ ଭାରତ ଗସ୍ତରେ ଆସିଥିଲା ଅଷ୍ଟ୍ରେଲିଆ। ଏହି ସଂଘର୍ଷପୂର୍ଣ୍ଣ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଅଧିନାୟକ ସ୍ମିଥ୍ ୩ଟି ଶତକ ହାସଲ କରିଥିଲେ। ସ୍ମିଥ୍ ଜଣେ ଚମତ୍କାର ଅଧିନାୟକ ବୋଲି ମିଚେଲ ଷ୍ଟାର୍କ କହିଛନ୍ତି। ଭାରତ ପାଖରେ ଶୃଙ୍ଖଳା ଜିତିବାର ଏକାଧିକ ଲୋଭନୀୟ କାରଣ ରହିଛି। ୩ୟ ଟେଷ୍ଟ ଜିତିଲେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲ ଖେଳିବ। ଏହାସହ ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ଅଷ୍ଟ୍ରେଲିଅା ବିଶ୍ବର ୧ନଂ ଟେଷ୍ଟ ଦଳ ହୋଇପାରିବ। ଜୁନ୍‌ରେ ଓଭାଲରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା ଭାରତ କରିପାରେ। ତେଣୁ ଏହି ଶୃଙ୍ଖଳା ବିଜୟ ଭାରତକୁ ଦୃଢ଼ ମନୋବଳ ପ୍ରଦାନ କରିବ। କେବଳ ସ୍ମିଥ୍‌ଙ୍କ ନେତୃତ୍ବ ୩ୟ ଟେଷ୍ଟ​‌େ​‌ର ଅଷ୍ଟ୍ରେଲିଆକୁ ଜିତାଇ ପାରିବ ନାହିଁ। ବ୍ୟାଟିଂରେ ଅଷ୍ଟ୍ରେଲିଆକୁ ରନ୍‌ କରିବାକୁ ପଡ଼ିବ। ଦିଲ୍ଲୀ ଟେଷ୍ଟରେ ଉସ୍‌ମାନ ଖାୱାଜା ଓ ପିଟର ହ୍ୟାଣ୍ଡ୍‌ସକମ୍ବ ଭଲ ବ୍ୟାଟିଂ କରିଥିଲେ। ତେବେ ବ୍ୟାଟିଂ ଅର୍ଡରର ୩ ଓ ୪ନଂ ଖେଳାଳି ବଡ଼ ସ୍କୋର୍ କରି ନପାରିବା ଅଷ୍ଟ୍ରେଲିଆ ଦଳକୁ ବହୁତ ବାଧିଛି। ପୁଣି ଏହି ସ୍ଥାନରେ ଟେଷ୍ଟ ମାନ୍ୟତାରେ ୧ନଂ ବ୍ୟାଟ୍‌ସମ୍ୟାନ୍ ମାର୍ନସ ଲାବୁସେନ୍ ଓ ଷ୍ଟିଭେନ୍ ସ୍ମିଥ୍ ଖେଳୁଛନ୍ତି। ଅଦ୍ୟାବଧି ୪ଟି ଇନିଂସରେ ଉଭୟ ବ୍ୟାଟ୍‌ସମ୍ୟାନ ବଡ଼ ସ୍କୋର୍‌ କରିବା ପରି ମନେ ହୋଇଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି। ନାଗପୁର ଟେଷ୍ଟରେ ଲାବୁସେନ୍‌ଙ୍କ ୪୯ ରନ୍‌ ଅଦ୍ୟାବଧି ସର୍ବାଧିକ ସ୍କୋର୍ ରହିଛି। ୪ଟିଯାକ ଇନିଂସରେ ଲାବୁସେନ୍ ସେଟ୍‌ ହେବା ପରି ଲାଗିଥିଲେ ହେଁ ରବୀନ୍ଦ୍ର ଜାଡ଼େଜା ଓ ଆର୍. ଅଶ୍ବିନଙ୍କ ଭଲ ବଲ୍‌ରେ ଆଉଟ୍‌ ହୋଇଛନ୍ତି। ଅନ୍ୟପକ୍ଷରେ ୩୦ଟି ଟେଷ୍ଟ ଶତକ ସହ ୮୭୧୮ ରନ୍‌ କରିଥିବା ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର୍ ଆସିନାହିଁ। ହେଲେ ନେତୃତ୍ବ ସ୍ମିଥ୍‌ଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଥାଏ। ୫ ବର୍ଷ ଧରି ସ୍ମିଥ୍ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଥିବା ବେଳେ ତାଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଇନ୍ଦୋରରେ ଏହା ଦେଖିବାକୁ ମିଳିବ ବୋଲି ଅଷ୍ଟ୍ରେଲିଆର ପ୍ରଶଂସକ ଆଶା ରଖିଛନ୍ତି। ତରବରିଆ ଭା​‌େ​‌ବ ୩ୟ ଟେଷ୍ଟକୁ ଧର୍ମଶାଳାରୁ ଇନ୍ଦୋର ସ୍ଥାନାନ୍ତର କରା ଯାଇଥିଲା। ତେଣୁ ପିଚ୍‌କୁ ସଠିକ୍‌ ଭାବେ ପ୍ରସ୍ତୁତ କରା ଯାଇନାହିଁ। ପିଚ୍‌ ମଝିରେ ଘାସ ଥିବା ବେଳେ ଉଭୟ ପଟ ଶୁଖିଲା ରହିଛି। ଫଳରେ ବଲ୍‌ ସ୍ପିନ୍‌ କରିବ ବୋଲି ଆକଳନ କରାଯାଉଛି। ଏପରି ପିଚ୍‌ରେ ମାର୍ନସ ଲାବୁସେନ୍ ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ବଡ଼ ସ୍କୋର୍‌ କରିବାକୁ ପଡ଼ିବ। ପୁଣି ଦେଖିବାର କଥା ଯେ ସ୍ମିଥ୍‌ ତାଙ୍କ ନେତୃତ୍ବ ଦ୍ବାରା ଦଳକୁ ଭଲ ପ୍ରଦର୍ଶନ କରିବା ପାଇଁ କେତେ ଉତ୍ସାହିତ କରି ପାରୁଛନ୍ତି। କାରଣ କ୍ରିକେଟ୍‌ ପଣ୍ଡିତଙ୍କ ଅନୁସାରେ, ଭାରତ ୩ୟ ଟେଷ୍ଟ ଜିତିବାକୁ ବଡ଼ ଫେଭରିଟ୍‌।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories