ଔରଙ୍ଗଜେବଙ୍କ ହତ୍ୟା ପଛରେ ଆଇଏସଆଇର ସମ୍ପୃକ୍ତି

0

ନୂଆଦିଲ୍ଲୀ : ଭାରତୀୟ ଯବାନ ଔରଙ୍ଗଜେବଙ୍କ ହତ୍ୟା ପଛରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ଥିବା ଅନୁମାନ କରାଯାଇଛି। ସୂଚନା ଅନୁଯାୟୀ ଔରଙ୍ଗଜେବଙ୍କ ହତ୍ୟା ପାଇଁ ନିଜକୁ ଦାୟୀ ନ କରିବା ଲାଗି ଆଇଏସଆଇ ଆତଙ୍କବାଦୀ ସଂଗଠନଗୁଡିକୁ କହିଛି। ବିଶେଷକରି ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନଗୁଡିକୁ ଏହି ହତ୍ୟା ପାଇଁ ନିଜକୁ ଦାୟୀ ନ କରିବା ଲାଗି ଆଇଏସଆଇ କହିଛି। ଔରଙ୍ଗଜେବଙ୍କ ହତ୍ୟା ପରେ କାଶ୍ମୀର ପରିସ୍ଥିତି ଉପରେ ଆଇଏସଆଇ ନଜର ରଖିଛି। କାରଣ ଏହି ହତ୍ୟା ପରେ ଭାରତୀୟ ସେନା ପ୍ରତି କାଶ୍ମୀରବାସୀଙ୍କ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। ଜୁନ୍‍ ୧୪ରେ ଔରଙ୍ଗଜେବ ଇଦ୍‍ ପାଳନ ପାଇଁ ତାଙ୍କ ଘର ରାଜୌରି ଜିଲା ସୋପିଆନକୁ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ପରେ ତାଙ୍କୁ ହତ୍ୟା କରି ରାସ୍ତାକଡରେ ଫିଙ୍ଗିଦେଇଥିଲେ। ପୁଲୱାମାର କାଲାମପୋରାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ ଲସ୍କର ଇ ତୋଇବାର ଦୁଇଜଣ ଓ ହିଜବୁଲ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀ ଔରଙ୍ଗଜେବଙ୍କୁ ଅପହରଣ ଓ ହତ୍ୟା କରିଥିଲେ।

kalyan agarbati
Leave A Reply