ଅଡି ଏ-୬ ଲାଇଫ୍ଷ୍ଟାଇଲ ଏଡିସନ ; କାର ଭିତରେ ରହିଛି କଫି ମେସିନ୍
ନୂଆଦିଲ୍ଲୀ : ଜର୍ମାନୀର ଅଗ୍ରଣୀ ଅଟୋମୋବାଇଲ କାର କମ୍ପାନୀ ଅଡି ଏ୬ର ନୂଆ ମଡେଲ ଲାଇଫଷ୍ଟାଇଲ ଏଡିସନ ବଜାର ପ୍ରବେଶ କରିଛି। କମ୍ପାନୀ ଏହି କାରରେ ଗ୍ରାହକ ମାନଙ୍କ ପାଇଁ ବଭିନ୍ନ ନୂଆ ଫିଚର ରହିଛି। ଅଡି ଏ୬ ଲାଇଫଷ୍ଟାଇଲ ଏଡିସନରେ ରିଅର ସିଟ୍ ଇଟ୍ରେଷ୍ଟମେଣ୍ଟ, ଏସପ୍ରିସୋ ମୋବାଇଲ କଫି ମେସିନ, ଏଣ୍ଟ୍ରି ଏକ୍ସିଟ୍ ଲାଇଟ ଭଳି ବହୁ ବିଳାସପୁର୍ଣ୍ଣ ସୁବିଧା ରହିଛି। ପୂରୁଣା ଅଡି ତୁଳନାରେ ଏହା ଦେଖିବାକୁ ବହୁତ ସୁନ୍ଦର ଓ ଆରମଦାୟକ ମଧ୍ୟ।
ଏହାବ୍ୟତୀତ ଏହି କାରରେ ରିଅର ସିଟ୍ ଇଣ୍ଟରଟେନମେଣ୍ଟ ସହ ଇଣ୍ଟିଗ୍ରେଟେଡ ଇନଫୋଟେନମେଣ୍ଟ ସିଷ୍ଟମ ବ୍ୟବହାର କରାଯାଇଛି। ମନୋରଞ୍ଜନ ପାଇଁ କାରରେ ୨୫.୬୫ ସେଣ୍ଟିମିଟର ଟଚସ୍କ୍ରିନ ରହିଛି।
କାରର ଯାନ୍ତ୍ରିକ ଦୃଷ୍ଟିରୁ ଦେଖିବାକୁ ଗଲେ ନୂଆ ଅଡି ଏ୬ ସୋଡାନରେ ୧.୮ଲିଟର ଟ୍ରବୋ ପେଟ୍ରୋଲ ଓ ୨.୦ ଲିଟର ଟ୍ରବୋ ଡିଜେଲ ଇଞ୍ଜିନ ରହିଛି। ସୁରକ୍ଷା ଦୃଷ୍ଟିରେ କାରରେ ଫ୍ରି ସେନ୍ସ ବେସିକ, ଅଡି ପାର୍କି ସିଷ୍ଟମ ପ୍ଲସ୍, ୮ ଏୟାରବ୍ୟାଗ୍ସ ରହିଛି। ଏହି କାରର ମୂଲ୍ୟ ୪୯,୯୯,୦୦୦ ଲକ୍ଷ ଟଙ୍କା ରହିଛି। ବଜାରରେ ଏହି କାରର ମୁକାବିଲା ମର୍ସିଡିଜ-ବେଞ୍ଜ-ଇ-କ୍ଲାସ, ବିଏମଡବ୍ଲ୍ୟୁ ୫-ସିରିଜ, ଜୁଗାରଏକ୍ସଏଫ୍ ଓ ଭଲଭୋ ଏସ୍୯୦ ସହ ରହିବ।