www.samajalive.in
Sunday, December 7, 2025
26.1 C
Bhubaneswar

ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ଓଡ଼ିଶାକୁ ଗର୍ବିତ କରିଛନ୍ତି

ଭୁବନେଶ୍ୱର: ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶାର ନୟାଗଡର ୨୨ ବର୍ଷ ବୟସ୍କା ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି । ଗତ ଡିସେମ୍ବର ମାସରେ ଝିଲ୍ଲୀ ତାସକେଣ୍ଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ଚମ୍ପିଆନସିପ୍‍ରେ ମୋଟ ୧୬୭ କିଲୋଗ୍ରାମ ଭାର ଉତ୍ତୋଳନ କରିବା ସହିତ ଏକ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ । ପଦକ ହାସଲ ସତ୍ତ୍ୱେ ଝିଲ୍ଲୀ ନିଜର ପ୍ରୟାସକୁ ନେଇ ସନ୍ତୁଷ୍ଟ ହୋଇନଥିଲେ, କାରଣ ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୭୬ କିଲୋଗ୍ରାମରୁ କମ୍‍ ରହିଯାଇଥିଲା ।
ନିଜ ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଝିଲ୍ଲୀ କହିଛନ୍ତି, ପ୍ରତିଯୋଗିତାରେ ମୂଳରୁ ମୋର ନୈରାଶ୍ୟଜନକ ଆରମ୍ଭ ହୋଇଥିଲା, କାରଣ ପ୍ରଥମ ଦୁଇଟି ୭୩ କିଲୋଗ୍ରାମ ସ୍ନାଚ୍‍ ବର୍ଗରେ ସେ ବିଫଳ ହୋଇଥିଲେ । ତେବେ ଚୂଡାନ୍ତ ପ୍ରୟାସରେ ସେ ଏକ ଭାର ଉତ୍ତୋଳନ କରିବାରେ ସମର୍ଥ ହୋଇଥିଲେ । ଏହାଦ୍ୱାରା ସ୍ନାଚ୍‍ରେ ସ୍କୋର କମିଗଲା, ଯେଉଁଠି ସେ ୭୮ କିଲୋଗ୍ରାମ ଅଥବା ତାହାଠାରୁ ଅଧିକ ଭାର ଉତ୍ତୋଳନ କରିପାରିଥାନ୍ତି । ପ୍ରଥମ ଲିଫ୍ଟରେ ବିଫଳ ହେବା ଏକ ବଡ ଧକ୍କା, କାରଣ ଏହା ଜଣକର ଆତ୍ମବିଶ୍ୱାସକୁ ଚୂରମାର କରିଦେଇଥାଏ ଏବଂ ତମକୁ ପ୍ରତିଯୋଗିତାରେ ମାନସିକ ସ୍ତରରେ ଶୂନ୍ୟ କରିଦିଏ । ତେଣୁ ଭାରୋତ୍ତଳନକାରୀମାନେ ଏଭଳି ପ୍ରତିକୂଳ ପରିସ୍ଥିତି ସହିତ କିଭଳି ଖାପଖୁଆଇ ପୁଣି ମଜଭୁତ ଭାବରେ ପ୍ରତ୍ୟାବର୍ତ୍ତନ କରିବେ, ତାହା ଶିକ୍ଷାଲାଭ କରିବା ଗୁରୁତ୍ୱପୂର୍ଣ୍ଣ ।
ସୂଚନାଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନର ଏଲିଟ ଆଥଲେଟ ବୃତ୍ତି ଲାଭ କରିଥିବା ଝିଲ୍ଲୀ ଫାଉଣ୍ଡେସନର ଅନ୍ୟାନ୍ୟ ସହାୟତା ଓ ସମର୍ଥନ ମଧ୍ୟ ପାଉଛନ୍ତି । ୨୦୧୯ରେ ସେ ସମାଓଠାରେ ରାଜ୍ୟଗୋଷ୍ଠୀ ସିନିୟର ଚମ୍ପିଆନସିପ୍‍ ଏବଂ ନେପାଳରେ ଦକ୍ଷିଣ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଏସୀୟ ଚମ୍ପିଆନସିପ୍‍ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୦ରେ ସେ କୋଲକାତାରେ ଅନୁଷ୍ଠିତ ସିନିୟର ଜାତୀୟ ଚମ୍ପିଆନସିପ୍‍ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବା ସହିତ ୨୦୨୧ରେ ତାସକେଣ୍ଟଠାରେ ଏସୀୟ ଚମ୍ପିଆନସିପ୍‍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କ ପାଇଁ ଅଲିମ୍ପିକ୍ସରେ ଏକ ପଦକ ହାସଲ ଦୀର୍ଘସୂତ୍ରୀ ଲକ୍ଷ୍ୟ ହୋଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories