ଅଭିଯୁକ୍ତକୁ ଧରିବାବେଳେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା
ଆଠଗଡ଼: ଚଢ଼ାଉ ପାଇଁ ଯାଇଥିବାବେଳେ ମାଫିଆମାନେ ଅବକାରୀ ଟିମ ଉପରେ ଆକ୍ରମଣ କରିଥିଲେ। ଏହାସହିତ ଅବକାରୀ ଟିମର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଖୁଣ୍ଟୁଣି ଥାନା ଡାଳୁଆ ଗାଁରେ ଅବକାରୀ ଟିମ ପକ୍ଷରୁ ଅଭିଯୁକ୍ତକୁ ଧରିବାବେଳେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଟିମ ସହ ଅବକାରୀ ଅଧିକ୍ଷକଙ୍କୁ ଅଟକ ଆକ୍ରମଣକାରୀ ରଖିଥିଲେ। ଖବର ପାଇ ଖୁଣ୍ଟୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ସେଠାରେ ଅଟକ ଥିବା ଅବକାରୀ ଟିମକୁ ପୁଲିସ ଉଦ୍ଧାର କରିଥିଲା।
ଏହାପରେ ଆକ୍ରମଣକାରୀମାନେ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ ଏବଂ କିଛି ମହିଳା ଅବକାରୀ କାର୍ଯ୍ୟାଳୟର ଫାଟକ ଭାଙ୍ଗି ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଫଳରେ ଅବକାରୀ କର୍ମଚାରୀଙ୍କ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.