www.samajalive.in
Monday, December 15, 2025
27.1 C
Bhubaneswar

ଆଠଗଡ଼ ସାହିତ୍ୟ ସମାଜର ରୌପ୍ୟ ଜୟନ୍ତୀ ଉତ୍ସବ

ଆଠଗଡ଼: ଆଠଗଡ଼ ଅଞ୍ଚଳର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଆଠଗଡ଼ ସାହିତ୍ୟ ସମାଜର ରୌପ୍ୟଜୟନ୍ତୀ ଉତ୍ସବ ମଙ୍ଗଳବାର ସ୍ଥାନୀୟ ମହାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ବିକାଶ, ପ୍ରଚାର ଓ ପ୍ରସାର ଦିଗରେ ଆଠଗଡ଼ ସାହିତ୍ୟ ସମାଜର ଅବଦାନ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଆଠଗଡ଼ ଗଡ଼ଜାତ ମାଟି ସାରସ୍ୱତ ସାଧକଙ୍କର ଆଦ୍ୟ ସାଧନାର ଏନ୍ତୁଡିଶାଳ ଏବଂ ଏହିଠାରୁ ସାଧନା କରି ବହୁ ସାରସ୍ୱତ ସାଧକ ଓଡିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ ବହୁ ବିଜ୍ଞାନ ପୁସ୍ତକର ରଚୟିତା ଇଂ ମାୟାଧର ସ୍ୱାଇଁ ଯୋଗଦେଇ ଭାଷା ଓ ସାହିତ୍ୟର ବିକାଶରେ ହିଁ ଜାତିର ପରିଚୟ ସୃଷ୍ଟି କରିଥାଏ ଏବଂ ଓଡିଆ ଭାଷା ଓ ସାହିତ୍ୟ ମହାନ ବୋଲି ମତପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ତଥା ଗୋଳମାଳ ପତ୍ରିକାର ସଂପାଦକ ମାଧବ ଚନ୍ଦ୍ର ସ୍ୱାଇଁ ଓ ବ୍ୟଙ୍ଗକବି ଡଃ କୁଳଙ୍ଗାର (ନିଶିକାନ୍ତ ପଣ୍ଡା) ଯୋଗଦେଇ ଓଡିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରିଥିବା ଆଠଗଡ଼ ସାହିତ୍ୟ ସମାଜ ଧନ୍ୟବାଦର ପାତ୍ର ବୋଲି ମତବ୍ୟକ୍ତ କରିଥିଲେ। ସାହିତ୍ୟ ସମାଜର ଉପସଭାପତି ସୁରେଶ ଚନ୍ଦ୍ର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସାହିତ୍ୟ ସମାଜର ବିବରଣୀ ଉପସ୍ଥାପନ କରିଥିଲେ। ସାହିତ୍ୟ ସମାଜର ମୁଖପତ୍ର ପୁରବୀକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ।

- Advertisement -

ସେହିପରି ବଡମ୍ବାର ଶିକ୍ଷାବିତ୍‍ ତଥା ଲେଖକ ଚନ୍ଦ୍ରଶେଖ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଶ୍ରୀ’ ମଧ୍ୟ ମୁଖ୍ୟଅତିଥି ଶ୍ରୀ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସାହିତ୍ୟ ସମାଜର ଦିବଙ୍ଗତ ସଭ୍ୟମାନଙ୍କ ଉଦ୍ଦେଶ୍ୟର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ଜମେଶ୍ୱର ତ୍ରିପାଠୀଙ୍କ ସହଧର୍ମିଣୀ ତିଳୋତ୍ତମା ତ୍ରିପାଠୀ ଏବଂ ପ୍ରତିଷ୍ଠାତା ସଂପାଦକ ଭୁବନାନନ୍ଦ ପଟ୍ଟନାୟକଙ୍କ ସହଧର୍ମିଣୀ ମୈଥିଳୀ ପଟ୍ଟନାୟକଙ୍କୁ ମୁଖ୍ୟଅତିଥି ଶ୍ରୀ ରଥ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତତ୍‍ସହିତ ଅତିଥି ଭାବେ ଯୋଗଦେଇଥିବା ଇଂ ମାୟାଧର ସ୍ୱାଇଁ, ବ୍ୟଙ୍ଗକବି ମାଧବଚନ୍ଦ୍ର ସ୍ୱାଇଁ, ଡଃ କୁଳଙ୍ଗାର, ସମାଜସେବୀ ହରେକୃଷ୍ଣ ସାହୁ, ସାହିତ୍ୟିକ ଯୋଗୀନାଥ ଦାଶ, ସରୋଜ କୁମାର ମହାନ୍ତି, ହିମାଂଶୁ ପରିଡ଼ା, ପୁଲିନ ମିଶ୍ର, ଗୀତିକାର ରାଧାନାଥ ଦାସ, ସଂଗୀତକାର ଗୁରୁଦତ୍ତ ନାୟକ, ଅଭିନେତା ମଳୟ ମିଶ୍ର, ଯୁବ ସାହିତ୍ୟିକ ରମଣୀ ରଞ୍ଜନ ମହାନ୍ତି, ଶିଶୁ ସାହିତ୍ୟିକା ଶତରୂପା ମିଶ୍ର, କଣ୍ଠଶିଳ୍ପୀ ସୌଜନ୍ୟା ରଥ, ନୃତ୍ୟଶିଳ୍ପୀ ଆକାଂକ୍ଷା ଦାଶ, ପର୍ବତାରୋହୀ ରୂପଶ୍ରୀ ସ୍ୱେତପଦ୍ମା ମହାନ୍ତି ପ୍ରମୁଖଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ଜନସାଧାରଣ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ଶଙ୍ଖବାଦ୍ୟ, ହୁଳହୁଳି, ପୁଚି, ଦୌଡିଡିଆଁ ଓ ପୋଡପିଠା ଆଦି ପ୍ରତିଯୋଗିତା ସହିତ ସନ୍ଧ୍ୟାରେ କବିତା ଆସର ଆୟୋଜିତ ହୋଇଥିଲା। ପରେ ପରେ ସଂଗୀତଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ମହ୍ଲାରରେ ଡଃ ସଚ୍ଚିକାନ୍ତ ନାୟକ ଓ ସାଥିମାନେ ଓଡିଶୀ, ଚମ୍ପୁ ଓ ଛନ୍ଦ ଉପରେ ପର୍ଯ୍ୟବେଶିତ ସଂଗୀତ ପରିବେଷଣ କରିଥିଲେ। ସାହିତ୍ୟ ସମାଜର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସଂଗଠନ ସଂପାଦକ ଅଶୋକ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories