ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ବୌଦ୍ଧ ସେବା ସମବାୟ ସମିତି ପକ୍ଷରୁ ଆଜି ରବି ଧାନ କ୍ରୟ ପାଇଁ ମଣ୍ଡି ଶୁଭାରମ୍ଭ କରାଯାଇଛି। ବୁଟୁପାଲି ହାଇସ୍କୁଲ ନିକଟ ପଡିଆରେ ଖୋଲା ଯାଇଥିବା ମଣ୍ଡିକୁ ନବ ନିର୍ବାଚିତ ପରିଚାଳନା କମିଟି ସଦସ୍ୟ ତଥା ପୂର୍ବତନ ସମିତି ସଭାପତି ସତ୍ୟଜିତ କୁମାର ପଣ୍ଡା ନଡିଆ ଭାଙ୍ଗି ଉଦଘାଟନ କରିଥିଲେ। କାର୍ୟ୍ୟକ୍ରମରେ ସମିତିର ସମ୍ପାଦକ ସତ୍ୟଜିତ କର, ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଅଭିଜିତ ମହାନ୍ତି, କାଉନସିଲର ରାଧେଶ୍ୟାମ ସେଠୀ, ନବନିର୍ବାଚିତ ପରିଚାଳନା କମିଟି ସଦସ୍ୟ ଗୟାଚାନ୍ଦ ତରିଆ, ଭଗବାନ୍ ମେହେରଙ୍କ ସମେତ ଚାଷୀ ମାନେ ଉପସ୍ଥିତ ଥିଲେ।ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡିରୁ ଗୋପିନାଥ ରାଇସ ମିଲ୍ ଧାନ ଉଠାଣ ପାଇଁ ଚୁକ୍ତିବଦ୍ଧ ହୋଇଥିବା ସମିତି ପକ୍ଷରୁ ସୁଚନା ମିଳିଛି।
Popular Categories



