www.samajalive.in
Monday, December 15, 2025
16.1 C
Bhubaneswar

୫ଫୁଟ ଲମ୍ବର ନାଗସାପ ଉଦ୍ଧାର

ଆଠଗଡ଼: କଟକ ଜଗତପୁର ଅଞ୍ଚଳର କୀର୍ତ୍ତିରଞ୍ଜନ ମହାନ୍ତିଙ୍କ ଘରୁ ଆଠଗଡ଼ର ଅଭିଜ୍ଞ ସାପଧରାଳି ତଥା ସ୍ନେକ ହେଲ୍ପଲାଇନର ସଦସ୍ୟ ସୁସାନ୍ତ କୁମାର ପାତ୍ର ସୋମବାର ଏକ ୫ଫୁଟ ଲମ୍ବର ନାଗସାପ ଉଦ୍ଧାର କରିଥିବା ଜଣାପଡ଼ିଛି। କୀର୍ତ୍ତିଙ୍କ ଘର ମଧ୍ୟକୁ ଏକ ନାଗସାପ ପଶିବା ବେଳେ ପରିବାର ଲୋକ ଦେଖିଥିଲେ। ପରେ ସେମାନେ କଟକ ବନବିଭାଗକୁ ଖବରଦେଇ ଦୀର୍ଘ ସମୟ ଅପେକ୍ଷା କରିବା ସତ୍ତ୍ବେ ବନବିଭାଗ ପକ୍ଷରୁ ନାଗସାପ ଉଦ୍ଧାର ପାଇଁ କେହି ଆସିଲେନି ବା ପଦକ୍ଷେପ ନେଲେନାହିଁ। କୌଣସି ସୁତ୍ରରୁ ଖବର ପାଇ କୀର୍ତ୍ତି ଆଠଗଡ଼ର ସାପଧରାଳି ସୁଶାନ୍ତଙ୍କୁ ଯୋଗାଯୋଗ କରି ଅନୁରୋଧ କରିବା ପରେ ସୁଶାନ୍ତ ଜଗତପୁର ଯାଇ କୀର୍ତ୍ତିଙ୍କ ଘରୁ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦେଇଥିଲେ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories