www.samajalive.in
Monday, December 15, 2025
14.1 C
Bhubaneswar

ରୂପଶ୍ରୀଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ଆଠଗଡ଼: ଆଠଗଡ଼ ବୀରକିଶୋରପୁର ମୈତ୍ରୀନଗର ଅଞ୍ଚଳର କ୍ରୀଡାବିତ୍‍, ପର୍ବତାରୋହଣକାରୀ ତଥା ପରିବେଶବିତ୍‍ ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତିଙ୍କୁ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତିବନ୍ଧୁ ପୁରସ୍କାର ମିଳିଥିବା ଜଣାପଡ଼ିଛି। କଟକ ବନଖଣ୍ଡ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବିଜୟ କୁମାର ଖଣ୍ଡାୟତରାୟ ରୂପଶ୍ରୀଙ୍କୁ ଅନ୍ୟ ୧୨ ଜଣଙ୍କ ମଧ୍ୟରେ ପ୍ରକୃତିବନ୍ଧୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ୧୦ହଜାର ଟଙ୍କାର ଚେକ୍‍ ପ୍ରଦାନ କରାଯାଇଥିଲା। ରୂପଶ୍ରୀ ବିଭିନ୍ନ ସମୟରେ ଜୈବ ବିବିଧତା ଓ ଜଙ୍ଗଲ ସଂପଦର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ସାଇକେଲ ଚଳାଇ ଓ ପଦଯାତ୍ରା ମାଧ୍ୟମରେ ନିୟମିତ ଜନସଚେତନତା ସୃଷ୍ଟି କରୁଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିଥିବା ଜଣାପଡ଼ିଛି। କଟକରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ନିମାଇଁ ଚରଣ ମହାନ୍ତି ମୁଖ୍ୟବକ୍ତା, ଡଃ ପ୍ରକାଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories