ଜାମ୍ମୁ-କାଶ୍ମୀର ତଙ୍ଗଧାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ମୃତ

0

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ତଙ୍ଗଧାର ସେକ୍ଟରରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ହାସଲ ହୋଇଛି । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହାରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ମେ ୧୬ରେ ଜାମ୍ମୁ କାଶ୍ମୀରର ସାମ୍ବାରେ ୫ ଆତଙ୍କବାଦୀ ସୁରଙ୍ଗ ରାସ୍ତା ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା । ସୁରକ୍ଷାକର୍ମୀଙ୍କ ସୂଚନାଅନୁଯାୟୀ ଆତଙ୍କବାଦୀ ସୀମାରେ ଦେଖାଯାଇ ମଧ୍ୟ ପରେ ସେମାନଙ୍କର ଆଉ ସନ୍ଧାନ ମିଳି ନ ଥିଲା।

Leave A Reply