ଅତାବିରା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ

ରେଙ୍ଗାଲିକ୍ୟାମ୍ପ :  ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ଥିବା ଅତାବିରା ଗ୍ରାମ୍ୟ ନ୍ୟାୟାଳୟ ପରିସରରେ ଅତାବିରା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି। ସଂଘର ସଭାପତି ଦୁର୍ଯ୍ୟୋଧନ ଛତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପ ସଭାପତି ତ୍ରିପୁରାରି ଚାନ୍ଦ ପରିଚାଳନା କରିଥିଲେ ।  ମଧୁବାବୁ କେବଳ ଜଣେ ସ୍ଵାଭିମାନୀ ଆଇନଜୀବୀ ନ ଥିଲେ,ବରଂ ସେ ଜଣେ ପ୍ରବୀଣ ରାଜନୀତି ବିଶାରଦ ମଧ୍ୟ ଥିଲେ। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁ ବାବୁଙ୍କ ପ୍ରଚେଷ୍ଟା ପ୍ରତି ଓଡ଼ିଆଙ୍କ ପାଇଁ ଅଭୁଲା ହୋଇ ରହିଛି। ଓଡ଼ିଶାର ଆଇନ ଜଗତକୁ ତାଙ୍କର ଅନନ୍ୟ ଅବଦାନ ନିମନ୍ତେ ତାଙ୍କ ଜନ୍ମ ଦିନକୁ ଆଇନଜୀବୀ ଦିବସ ରୂପେ ପାଳନ କରାଯାଇ ଆସୁଛି। ଆଇନଜୀବୀ ସଂଘ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର ବାଂକା, ରାଜା ପାଣ୍ଡେ, ମନୋଜ ଷଡ଼ଙ୍ଗୀ,ଦିଲୀପ ସ୍ୱାଇଁ, ଦେବାନନ୍ଦ ଦାଶ, ସମୀର ମହାପାତ୍ର, ମାନସ ରଞ୍ଜନ ତ୍ରିପାଠୀ ,ନିରୋଦ ଚନ୍ଦ୍ର ମହାକୁଡ, ଋଷି ଶୃଙ୍ଗ ବଘାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ ହିଁତେନ୍ଦ୍ରିୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.