www.samajalive.in
Monday, December 15, 2025
24.1 C
Bhubaneswar

ବେସହାରା ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ବାପାଙ୍କୁ ହରାଇ ଥିଲେ। ଏବେ ମାଙ୍କୁ ହରାଇଲେ । ବାପା ଯିବାର ଦୁଃଖକୁ ସହିବାକୁ ସାହସ ଜୁଟାଉଥିଲେ ତିନି ଭଉଣୀ ଓ ଗୋଟିଏ ଭାଇ। ସହାରା ଥିଲେ ମା। ମା’ ପଣତକୁ ସାହାରା କରି ବଞ୍ଚିଯିବାର ଆଶା ବାନ୍ଧିଥିବା ପିଲାମାନଙ୍କ ଉପରୁ ମା’ର ଆଶା, ଭରସା ଓ ବିଶ୍ୱାସର ପଣତ କାନି ବି ଚାଲିଗଲା ବହୁ ଦୂରକୁ। ଯେଉଁଠାରୁ ଆଉ ଫେରିବାର ନାହିଁ। ବାପା ମା’ ଉଭୟ ଯେମିତି ନିଜ ଜନ୍ମିତ ୪ ପିଲାଙ୍କୁ ପର କରି ଡ଼କା ଡକି ହୋଇ ଚାଲିଗଲେ। ଦୁଃଖର ପାହାଡ଼ ଛିଣ୍ଡି ପଡିଲା ୪ ପିଲାଙ୍କ ଉପରେ। ବେସହାରା ହୋଇଗଲେ ପିଲାମାନେ। ଗରିବ ଖଟିଖିଆ ପରିବାରର ଏହି ପିଲା କରିବେ କ’ଣ ? ବଞ୍ଚିବେ କେମିତି ଏହି ଚିନ୍ତା ଘାରିଥିଲା ଗ୍ରାମବାସୀଙ୍କୁ? ନିଜ ଭିନ୍ନ ରାଜନୀତି ସହିତ ଦୁଃଖିଙ୍କ ଦୁଃଖ ସମୟରେ ଭରସା ଓ ବିଶ୍ୱାସର ନିଜ ମଣିଷ ହୋଇ ଛିଡା ହେଉଥିବା ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନିକଟରେ ଖବର ପହଞ୍ଚିଲା । ଖବର ପାଇ ପରିବାର ନିକଟରେ ଗୁରୁବାର ପହଞ୍ଚିଥିଲେ ମନ୍ତ୍ରୀ ଇଂ ଘଡାଇ। ପିଲାମାନଙ୍କ ସହିତ ସେମାନଙ୍କ ଘରେ ବସି ଆଲୋଚନା କରିଥିଲେ। ଆଉ ଦୁଃଖର ପାହାଡ଼ ଉପରେ ବସିଥିବା ଚାରି ପିଲାଙ୍କୁ ଭରସା ଓ ବିଶ୍ୱାସର ହାତ ବଢ଼ାଇଛନ୍ତି । ଏହି ଘଟଣା ଘଟିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ଭିରାଗଡିଆ ପଞ୍ଚାୟତ ଟିକର ସାହିର କାଳିଆ ମଲିକଙ୍କ ପରିବାରରେ। ପିଲାମାନଙ୍କୁ ଭେଟିବା ପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତୁରନ୍ତ ଆର୍ଥିକ ସହାୟତା ଦେଇଛନ୍ତି । ଭାଇ, ଭଉଣୀମାନଙ୍କ ରହିବା, ଖାଇବା ଓ ପାଠପଢ଼ାର ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ମୃତ କାଳିଆଙ୍କ ବଡ଼ ଝିଅ ମାନସୀଙ୍କୁ ୨୦ ବର୍ଷ, ଦ୍ଵିତୀୟ ଝିଅ କୁନିଙ୍କୁ ୧୬ ବର୍ଷ, ତୃତୀୟ ଝିଅ ସୁନିକୁ ୧୪ ବର୍ଷ ସେ ନିଜ ପିଉସୀ ଘରେ ରହି ପାଠ ପଢୁଥିଲା ବେଳେ ଏକମାତ୍ର ପୁଅ ସୁକାନ୍ତକୁ ୧୧ ବର୍ଷ ହୋଇଥିଲା ବେଳେ ସେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଛି। ଏ ନେଇ ମନ୍ତ୍ରୀ ଇଂ ଘଡାଇ କୁହନ୍ତି ଭଗବାନ ଏହି ପିଲାମାନଙ୍କ ଉପରୁ ବାପା-ମା’ ଙ୍କ ହାତ ଛଡାଇ ନେଇଛନ୍ତି। ଏ ଭଳି ସମୟରେ ସେମାନଙ୍କୁ ସହାୟତା କରିବା କେବଳ ମୋର ନୁହେଁ ସମସ୍ତଙ୍କ କର୍ତ୍ତବ୍ୟ । ଆଗାମୀ ଦିନରେ ସେମାନେ କିଭଳି ମଣିଷ ହେବେ ସେ ଦାୟିତ୍ୱ ମୁଁ ନିଜ ମୁଣ୍ଡକୁ ନେଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories