ବିଧାନସଭା ଅଧିବେଶନର ପଞ୍ଚମ ଦିନ: ମଦ ମୃତ୍ୟୁ ପ୍ରସଙ୍ଗରେ ହୋଇପାରେ ବିତର୍କ

ଭୁବନେଶ୍ଵର: ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନ। ଶୂନ୍ୟକାଳରୁ ଗୃହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଧାନସଭା ବେଶ୍ ସରଗରମ ରହିପାରେ। ଚିକିଟି ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି, ସୁଭଦ୍ରା ଯୋଜନା ଏସଓପିକୁ ନେଇ ଶାସକ -ବିରୋଧୀ ମୁହାଁମୁହିଁ ହୋଇପାରନ୍ତି। ଏହାସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଶୂନ୍ୟକାଳରେ ଉଠିପାରେ। ବିରୋଧୀ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ସେହିପରି ୯ ତାରିଖର ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ତେବେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଶାସକ ଦଳର କଣ ଆଭିମୁଖ୍ୟ ରହୁଛି , ବିରୋଧୀଙ୍କୁ କାଉଣ୍ଟର କରିବାକୁ ନୂଆ ରଣନୀତି ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।

Comments are closed.