www.samajalive.in
Tuesday, December 9, 2025
16.1 C
Bhubaneswar

ବିରୋଧରୁ ଆରମ୍ଭ ହେଲା ବିଧାନସଭା: ବିଶ୍ଵବିଦ୍ୟାଳୟ ବିଲ୍ ଚିରିଲେ ବିରୋଧୀ

ବିରୋଧରୁ ଆରମ୍ଭ ହୋଇଛି ୧୬ତମ ବିଧାନସଭାର ୪ର୍ଥ ଅଧିବେଶନ । ସରକାରଙ୍କ ପକ୍ଷରୁ ଆଗତ ୭ଟି ବିଲ ମଧ୍ୟରୁ ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନ ବିଲକୁ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ବିରୋଧ କରିଛନ୍ତି । ଏପରିକି କଂଗ୍ରେସ ଦଳର ଛାଟିଆ ତାରାପ୍ରସାଦ ବାହିନୀପତି ବିଲକୁ ଚିରିଦେବା ସହ ଏହାକୁ କଳା ବିଲ୍ ବୋଲି ଅଭିହିତ କରିଛନ୍ତି ।

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଅନ୍ୟ ଦିବଙ୍ଗତ ବିଧାୟକଙ୍କ ସ୍ମୃତି, ଶ୍ରଦ୍ଧାଞ୍ଜଳି ଆଗତ ହୋଇଥିଲା । ଏହାପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା ।

- Advertisement -

ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ବେଳକୁ ସରକାରଙ୍କ ପକ୍ଷରୁ ୭ଟି ବିଲ୍ ଆଗତ ହୋଇଥିଲା । ମାତ୍ର ଏହାକୁ ବିରୋଧୀ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସହ ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇବା ସହ ଏହାର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିଲେ । ଏହି ବିଲ ଆଣିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି  ନରସିଂହ ଅଭିଯୋଗ କରିବା ସହ ସରକାର ବିଶ୍ଵବିଦ୍ୟାଳୟକୁ ନିୟନ୍ତ୍ରଣରେ ରଖିବାକୁ ଯୋଜନା କରୁଛନ୍ତି ବୋଲି କହିଥିଲେ ।  ବିଲ୍ ଆସିଲେ ବିଶ୍ବବିଦ୍ୟାଳୟରେ ସରକାରଙ୍କ ବିନା ପତ୍ର ହଲିବ ନାହିଁ । ସିନେଟ ଵ୍ୟଵସ୍ଥା ଉଠିଯିବ । ସିଣ୍ଡିକେଟ ବ୍ୟବସ୍ଥାରେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ରହିବେ , ତେଣୁ ବିଲ୍ ପାରିତ ବେଳେ ଡିଭିଜନ ହେଉ ବୋଲି ନରସିଂହ ମିଶ୍ର ଦାବି କରିଥିଲେ ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ  ବିରୋଧ କରିଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଶ୍ବବିଦ୍ୟାଳୟର ସ୍ଵତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରି ବିଶ୍ବବିଦ୍ୟାଳୟକୁ ସରକାର ନିଜ ଅଧୀନରେ ରଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ସେହିପରି ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇ ବିଲକୁ ବିରୋଧ କରିଥିଲେ । ଏହାବ୍ୟତୀତ ବିରୋଧୀଦଳ ନେତା ଶ୍ରୀ ନାୟକ କରୋନା କାଳରେ ମାସ୍କ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିବା ଅଭିଯୋଗ କରିଛନ୍ତି । ଏଥିରେ ଯାବତୀୟ ଅନିୟମିତତା ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories