www.samajalive.in
Sunday, December 14, 2025
17.1 C
Bhubaneswar

୨୦ ହଜାର ମହିଳା ଘେରିବେ ବିଧାନସଭା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ୨୦ ହଜାର ମହିଳା ବିଧାନସଭା ଘେରିବେ ବୋଲି ପିସିସି ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଶ୍ରୀ ଦାସ ନାରୀ ନିର୍ଯାତନା ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ନାରୀ ନିର୍ଯାତନା କିମ୍ବା କୌଣସି ବିପର୍ଯ୍ୟୟ ପ୍ରତି ସରକାର ଗମ୍ଭୀର ଥିଲା ଭଳି ଜଣାପଡୁନାହିଁ। ପ୍ରଶାସକଙ୍କଠାରୁ ସରକାର କାମ ଆଦାୟ କରିପାରୁ ନାହାନ୍ତି। ସରକାର ଚାହିଁଲେ ୨୪ ଘଣ୍ଟାରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। କିନ୍ତୁ ପ୍ରଶାସକଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଅର୍ଥ ରୋଜଗାରରେ ବ୍ୟସ୍ତ। ନାରୀ ନିର୍ଯାତନାକୁ ନେଇ ୨୦ ହଜାର ମହିଳା ବିଧାନସଭା ଘେରିବା ସମୟରେ ଜଣେ ହେଲେ ପୁରୁଷ କର୍ମୀ ରହିବେ ନାହିଁ। ମହିଳାମାନେ ହିଁ ସରକାରଙ୍କୁ ନାରୀ ନିର୍ଯାତନା ପ୍ରସଙ୍ଗରେ ଜବାବ ମାଗିବେ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories