ସମାଜ ଡିଜିଟାଲ ଡେସ୍କ: ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଭାରତୀୟ ସେନା ସର୍ବଦା ପ୍ରସ୍ତୁତ ରହିଛି । ଜମ୍ମୁ-କାଶ୍ମୀରର କୁଲଗାମ ଜିଲାର ଅଖଲ ଅଞ୍ଚଳରେ ସୁରକ୍ଷାବହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଫଳରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅପରେସନ ଅଖଲ ଜାରି ରହିଛି । ଏସଓଜ. ଜମ୍ମୁ-କାଶ୍ମୀର ପୁଲିସ, ସେନା ଏବଂ ସିଆରପିଏଫ୍ ମିଳିତ ଭାବରେ ଏହି ଅପରେସନ କରୁଛନ୍ତି ।
ଚିନାର କୋର୍ପସ ଏକ୍ସରେ ସୂଚନା ଦେଇ କହିଛି ଯେ ଏହି ଅପରେସନରେ ଶୁକ୍ରବାର ରାତି ସାରା ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀଙ୍କୁ କଡା ଜବାବ ଦେବା ପାଇଁ ଆମର ସୈନିକମାନେ ମଧ୍ୟ ସନ୍ତୁଳନ ରକ୍ଷା କରି ଗୁଳିଚାଳନା କରୁଛନ୍ତି । ଏହି ସମୟରେ ଘେରାବନ୍ଦୀ କରାଯାଇଛି । ସୁରକ୍ଷାବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।
Update: OP AKHAL, Kulgam
Intermittent and Intense fire fight continued through the night. Alert troops responded with calibrated fire and tightened the nooze while maintaining contact.
One terrorist has been neutralised by the security forces so far.
Operation continues.…
— Chinar Corps🍁 – Indian Army (@ChinarcorpsIA) August 2, 2025



