www.samajalive.in
Sunday, December 7, 2025
26.1 C
Bhubaneswar

ଡିଡିସିଏ ପରିସରରେ ଅରୁଣ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନୂଆଦିଲ୍ଲୀ : ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍‌ଟ କ୍ରିକେଟ୍‌ ଆସୋସିଏସନ୍‌ (ଡିଡିସିଏ) ପରିସରରେ ଏହାର ପୂର୍ବତନ ସଭାପତି ତଥା ରାଜନେତା ଅରୁଣ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସୋମବାର ଉନ୍ମୋଚିତ ହୋଇଯାଇଛି। ଜେଟ୍‌ଲି ୧୩ ବର୍ଷ ଧରି ଡିଡିସିଏର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସୋମବାର କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଡିଡିସିଏ ପରିସରରେ ଅରୁଣ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ରାମ ସୁତାର ନିର୍ମାଣ କରିଛନ୍ତି।
ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟର୍‌ ଶିଖର ଧାୱନ୍‌, ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା, କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ପୁରି ଓ ଡିଡିସିଏର ଅନେକ ଅଧିକାରୀ ଉପସ୍ଥିତ ଥିଲେ। ନିଜ ପ୍ରତିକ୍ରିୟାରେ ଅମିତ ଶାହା କହିଥିଲେ ଅରୁଣ ଜେଟ୍‌ଲି ରାଜନେତା ସହ ଜଣେ କ୍ରିକେଟ୍‌ପ୍ରେମୀ ଥିଲେ। ସେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଡିଡିସିଏର ସଭାପତି ଭାବେ କାର୍ଯ୍ୟ କରିଥିଲେ। କ୍ରିକେଟ୍ ପ୍ରତି ତାଙ୍କର ବେଶ୍‌ ଅବଦାନ ରହିଥିଲା ବୋଲି ଅମିତ ଶାହା କହିଥିଲେ। ସେହିପରି ସୌରଭ ଗାଙ୍ଗୁଲି ନିଜ ପ୍ରତିକ୍ରିୟାରେ କହିଥିଲେ ଜେଟ୍‌ଲିଙ୍କ ଯୋଗୁଁ ବିରାଟ କୋହଲି, ଈଶାନ୍ତ ଶର୍ମା, ଋଷଭ ପନ୍ତ୍‌ଙ୍କ ସହ ଅନେକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଏପରି ବ୍ୟକ୍ତିତ୍ବ ବିରଳ। ଡିଡିସିଏ ପରିସରରେ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ବୋଲି ଗମ୍ଭୀର କହିବା ସହ ଦିଲ୍ଲୀ ଷ୍ଟାଡ଼ିୟମ ନିର୍ମାଣରେ ଜେଟ୍‌ଲିଙ୍କ ବହୁତ ବଡ଼ ଅବଦାନ ରହିଥିବା ଦର୍ଶାଇଥିଲେ।
ସୂଚନାଥାଉକି ଡିଡିସିଏ ପରିସରରେ ଅରୁଣ ଜେଟ୍‌ଲିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ କିଛିଦିନ ତଳେ ବିରୋଧ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର୍‌ ବିଶେନ ସିଂହ ବେଦି। ଷ୍ଟାଡ଼ିୟମ ପରିସରରେ ପ୍ରଶାସକ ନୁହେଁ କ୍ରିକେଟର୍‌ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଉଚିତ୍‌ ବୋଲି ସେ ମତ ଦେଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories