ବାଲେଶ୍ବର ଜାଲ ନୋଟ୍ ଜବତ ଘଟଣାରେ ୫ ଗିରଫ

0

ସୋର: ଜାଲ ନୋଟ୍ କାରବାର ଅଭିଯୋଗରେ ରବିବାର ପୁଲିସ ୫ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆର ଖିରିକୋଣା ସେବା ସମବାୟ ସମିତିରେ ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ ଜଣେ ବ୍ୟକ୍ତି ଦେଢ ଲକ୍ଷ ଟଙ୍କା ଜମା କରିବା ବେଳେ ସେଥିରୁ ୪୪ ହଜାର ଟଙ୍କା ଜାଲ୍ ନୋଟ୍ ବାହାରିଥିଲା । ସେହି ଦିନ ପୁଲିସ ବିଷ୍ଣୁଙ୍କୁ ଅଟକ ରଖି ତାର ସହଯୋଗୀଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଆଜି ବାଲେଶ୍ବରର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ହେଲା ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ ।

Leave A Reply