www.samajalive.in
Sunday, December 7, 2025
18.1 C
Bhubaneswar

ବରଫ ଝଡ଼ ଯୋଗୁଁ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ସେନା

ଡେସ୍କ: ଜମ୍ମୁରେ ପ୍ରବଳ ତୁଷାରପାତ ଓ ଭୂସ୍ଖଳନ ପରେ ସେନା ଯବାନମାନେ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଉଦ୍ଧାର କରିଛନ୍ତି। ବୁଧବାର ପ୍ରବଳ ତୁଷାରପାତ ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଯାତ୍ରୀ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଏକ ଆଇନ ମହାବିଦ୍ୟାଳୟର ୭୪ ଜଣ ଛାତ୍ର ଏବଂ ଏହାର ୭ ଜଣ କର୍ମଚାରୀ ଥିଲେ।

ଏମିତି ବନ୍ଦ କରନ୍ତୁ କ୍ରେଡିଟ୍ କାର୍ଡ, ନଚେତ୍ ହଇରାଣରେ ପଡିବେ

- Advertisement -

ସେନା ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବରୋଧ ହୋଇଥିବା ଜାତୀୟ ରାଜପଥ ୪୪ରୁ ରାଜସ୍ଥାନ ଆଇନ ମହାବିଦ୍ୟାଳୟର ଭୟଭୀତ କର୍ମଚାରୀ ଓ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଉଦୟପୁରସ୍ଥିତ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କଳ୍ପେଶ ନିକାଓ୍ଵତ ଭାରତୀୟ ସେନାର ଏହି ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଭଳି ଖରାପ ପାଗରେ ଆମକୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିବା ଏବଂ ଆମକୁ ଖାଦ୍ୟ ଓ ଆଶ୍ରୟ ପ୍ରଦାନ କରିଥିବା ସେନାକୁ ଧନ୍ୟବାଦ ଜଣାଇବାକୁ ମୋ ପାଖରେ ଶବ୍ଦ ନାହିଁ। ସେନାକୁ ଧନ୍ୟବାଦ,” କହିଛନ୍ତି ପ୍ରଫେସର ନିକାୱତ।

ଆସିଲା ସିନେପ୍ରେମୀଙ୍କ ପାଇଁ ସବୁଠୁ ଖୁସିର ଦିନ; ଯେକୌଣସି ଫିଲ୍ମ ଦେଖନ୍ତୁ ମାତ୍ର ୯୯ ଟଙ୍କାରେ

ସେ କହିଛନ୍ତି ଯେ ଛାତ୍ର ଏବଂ କର୍ମଚାରୀମାନେ କଶ୍ମୀରକୁ ଏକ ଚମତ୍କାର ଯାତ୍ରା କରିଥିଲେ କିନ୍ତୁ ପ୍ରବଳ ତୁଷାରପାତ ମଧ୍ୟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ଥିବାରୁ କାଜିଗୁଣ୍ଡରେ ତିନି ଦିନ ଧରି ଫସି ରହିଥିଲେ। ଜଣେ ଛାତ୍ର କହିଛନ୍ତି, ବନିହାଲ ଅତିକ୍ରମ କରିବା ପରେ ଆମ ଗାଡ଼ି ସାମ୍ନାରେ ମାତ୍ର ୫୦୦ ମିଟର ଦୂରରେ ଭୂସ୍ଖଳନ ଘଟିଥିଲା, ଯାହା ଆମକୁ ଭୟଭୀତ କରିଦେଇଥିଲା। ସେନାକୁ ପ୍ରଶଂସା କରି ପ୍ରଫେସର ପ୍ରିୟଦର୍ଶୀ ନାଗଡ଼ା କହିଛନ୍ତି ଯେ ଯବାନମାନେ କିଛି ଘଣ୍ଟା ମଧ୍ୟରେ ସହାୟତା ପାଇଁ ଆଗେଇ ଆସିଥିଲେ ଏବଂ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ କମ୍ବଳ, ଖାଦ୍ୟ ଓ ଆଶ୍ରୟ ପ୍ରଦାନ କରିଥିଲେ। ବରଫ ଝଡ଼ରେ ଫସିଥିବା ଅନ୍ୟତମ ଛାତ୍ର ଆଶୁତୋଷ ଶାସ୍ତ୍ରୀ ସେନା ଶିବିରରେ ରହିବା ଓ ଘରକୁ ଫେରାଇ ଆଣିବା ପାଇଁ ସେନାର ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

ମୋଟର ସାଇକେଲରୁ ବାହାରୁଛି ଟଙ୍କା, ଭିଡିଓ ଭାଇରାଲ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories