www.samajalive.in
Saturday, December 6, 2025
16.1 C
Bhubaneswar

ମୋଟର ସାଇକେଲରୁ ବାହାରୁଛି ଟଙ୍କା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସହରରେ ଆଜି କାଲି ବ୍ୟାଙ୍କ ବା ଏଟିଏମ୍ ଏକ ସାଧାରଣ କଥା । କିନ୍ତୁ ଏବେବି ଏମିତି ଅନେକ ଗାଁ ଅଛି ଯେଉଁଠି ଏଟିଏମ୍ ନାହିଁ । ଗାଁ ଲୋକେ ଏହି ସୁବିଧା ସହଜରେ ପାଇପାରୁନାହାଁନ୍ତି । ପଇସା ଜମା ପାଇଁ ହେଉ ବା ଉଠାଇବା ପାଇଁ, ଲୋକଙ୍କୁ ଅନେକ ବାଟ ଅତିକ୍ରମ କରିବାକୁ ପଡୁଛି । ଏହା ମଧ୍ୟରେ ଜଣେ ଯୁବକଙ୍କ ଏଟିଏମ୍ ମେସିନ ଯୋଗାଡର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ନଜର ଆସୁଛି କି ଯୁବକ ଜଣକ ବାଇକ ପଛରେ ଏକ ମେସିନ ଯୋଡିଛନ୍ତି । ଏହି ମେସିନରେ ଏଟିଏମ୍ କାର୍ଡ ଦେବା ପାଇଁ ଏକ ସ୍ଥାନ ଅଛି । କାର୍ଡ ଦେବା ପରେ ଏହାର ଠିକ୍ ଉପରେ ପାସଓ୍ବର୍ଡ ଦେବା ପାଇଁ ଏକ ବିକଳ୍ପ ରହିଛି । ଏଥିରେ କେତେ ଟଙ୍କା ଉଠାଇବା ପାଇଁ ସୁଇଚ୍ ମଧ୍ୟ ରହିଛି ।  ଟଙ୍କାର ରାଶି ଭରିବା ପରେ ଏକ ଡବା ଖୋଲିଯାଉଛି ଏବଂ ସେଥିରୁ ପଇସା ବାହାରି ଆସୁଛି । ପିଲାଙ୍କ ଟଙ୍କା ରଖିବା ଘଡି ଭଳି ଏହି ଏଟିଏମକୁ ପ୍ରସ୍ତୁତ କରାଯାଇଛି ।

ତେବେ ଧ୍ୟାନର ସହିତ ଦେଖିବା ପରେ ଜଣାପଡୁଛି କି ଏଥିରେ ବାସ୍ତବରେ କୌଣସି ଏଟିଏମ୍ ନାହିଁ । ଯୁବକ ଜଣକ ଏହାକୁ ଏଟିଏମ୍ ଭଳି ପ୍ରସ୍ତୁତ କରିଛନ୍ତି । ଏହାକୁ କେବଳ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି । ଗ୍ରାମାଞ୍ଚଳରେ ଏଟିଏମ୍ ନଥିବା ଦ୍ବାରା ଲୋକମାନେ କେତେ ହଇରାଣ ହେଉଛନ୍ତି ତାହା ଦର୍ଶାଇବା ପାଇଁ ଯୁବକ ଜଣକ ଏକ ଅଭିନବ ଉପାୟ ବାହାର କରିଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏହାକୁ ପସନ୍ଦ କରିବା ସହ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories