www.samajalive.in
Saturday, December 6, 2025
14.1 C
Bhubaneswar

ଆସିଲା ସିନେପ୍ରେମୀଙ୍କ ପାଇଁ ସବୁଠୁ ଖୁସିର ଦିନ; ଯେକୌଣସି ଫିଲ୍ମ ଦେଖନ୍ତୁ ମାତ୍ର ୯୯ ଟଙ୍କାରେ

ମୁମ୍ବଇ: ‘ସିନେମା ଲଭର୍ସ ଡେ’ ହେଉଛି ସେହିଦିନ, ଯେଉଁଦିନ ଚଳଚ୍ଚିତ୍ର ନିର୍ମାତା ଓ ଶୋ’ ପ୍ରଦର୍ଶନକମାନେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥା’ନ୍ତି। ଚଳିତ ବର୍ଷ ଏହି ଦିବସ ଫେବୃୟାରୀ ୨୩ରେ ପାଳନ କରାଯିବ। ‘ସିନେମା ଲଭର୍ସ ଡେ’ ଭାବେ ଜଣାଶୁଣା ଏହି ଦିନରେ ଦେଶର ପ୍ରାୟ ସମସ୍ତ ବଡ଼ ବଡ଼ ଚଳଚ୍ଚିତ୍ର ପ୍ରଦର୍ଶକମାନେ ଦର୍ଶକଙ୍କୁ ସିନେମାହଲରେ ପଡ଼ିଥିବା ସମସ୍ତ ଚଳଚ୍ଚିତ୍ର ଖୁବ୍ କମ୍ ଟଙ୍କାରେ ଦେଖାଇବାକୁ ଯାଉଛନ୍ତି।

‘ସିନେମା ଲଭର୍ସ ଡେ’ର ଏହି ଉତ୍ସବରେ ପିଭିଆର ସିନେମା, ଆଇନକ୍ସ ଲିଜର ଲିମିଟେଡ୍‌, ମୁଭି ଟାଇମ୍‌ ସିନେମାଜ୍, ସିନେପଲିସ୍‌, ମିରାଜ୍‌ ଓ ସିନେପୋର୍ଟ ସିନେମାଜ୍‌ ଭଳି ଦେଶର ଅନେକ ମଲ୍ଟିପ୍ଲେକ୍ସ ସାମିଲ ହୋଇଛନ୍ତି। ଏହିସବୁ ସିନେମାହଲରେ ଶୁକ୍ରବାର ସାଧାରଣ ସିଟ୍‌ର ଟିକେଟ ମାତ୍ର ୯୯ ଟଙ୍କାରେ ମିଳିବ। ଅର୍ଥାତ୍ ଏହି ଶୁକ୍ରବାର ସିନେପ୍ରେମୀମାନେ ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକିଲ୍ ୩୭୦’, ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘କ୍ରାକ୍ ଜିତେଗା ତୋ ଜିଏଗା’ ଏବଂ ବରୁଣ ଗ୍ରୋଭରଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଅଲ୍ ଇଣ୍ଡିଆ ରାଙ୍କ୍’ ମାତ୍ର ୯୯ ଟଙ୍କାରେ ଦେଖିପାରିବେ।

- Advertisement -

ପି ଆଣ୍ଡ ଏ ମିଡିଆ ଭେଞ୍ଚର୍ସର ନିର୍ଦେଶକ ଅନୁପମ ଶୁକ୍ଳା କହିଛନ୍ତି ଯେ, ସିନେମାହଲ୍‌ରେ ଟିକେଟର ମୂଲ୍ୟ ଅଧିକ ହେବା କାରଣରୁ ଅନେକ ଦର୍ଶକ ଚଳଚ୍ଚିତ୍ର ଦେଖିପରୁ ନାହାନ୍ତି, କିନ୍ତୁ ୯୯ ଟଙ୍କାରେ ଯେକେହି ସହଜରେ ଫିଲ୍ମ ଦେଖିପାରିବେ। ଏହା ବ୍ୟତୀତ ଯେଉଁ ଦର୍ଶକ ଆଇମ୍ୟାକ୍ସ, ୪ଡିଏକ୍ସ, ଏମଏକ୍ସ ୪ଡି ଆଦି ପରଦାରେ ଫିଲ୍ମ ଦେଖିବାକୁ ଚାହୁଁଥିବେ, ତାଙ୍କ ପାଇଁ ୧୯୯, ୨୯୯ ଓ ୩୯୯ ଟଙ୍କାରେ ଟିକେଟ ଉପଲବ୍ଧ ରହିବ। ଏହା କେବଳ ୨୩ରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର ପାଇଁ ଲାଭଦାୟକ ସାବ୍ୟସ୍ତ ହେବନାହିଁ, ବରଂ ପ୍ରେକ୍ଷାଳୟରେ ପୂର୍ବରୁ ଚାଲୁଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟ ଲାଭ ମିଳିବ।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories