www.samajalive.in
Sunday, December 7, 2025
15.1 C
Bhubaneswar

ଏମିତି ବନ୍ଦ କରନ୍ତୁ କ୍ରେଡିଟ୍ କାର୍ଡ, ନଚେତ୍ ହଇରାଣରେ ପଡିବେ

ନୂଆଦିଲ୍ଲୀ : ଦେଶରେ କ୍ରେଡିଟ୍ କାର୍ଡ ବ୍ୟବହାର ଲଗାତର ବଢିବାରେ ଲାଗିଛି । ଆଜି କାଲି ଅନେକ ଅନଲାଇନ୍ ସପିଂ ଡେବିଟ୍ କାର୍ଡ ଅପେକ୍ଷା ଅଧିକ କ୍ରେଡିଟ୍ କାର୍ଡରେ ହିଁ ହେଉଛି । ରିଜର୍ଭ ବ୍ୟାଙ୍କର ଜାନୁୟାରୀରେ ଜାରି ରିପୋର୍ଟରେ କୁହାଯାଇଛି କି ଦେଶରେ ପ୍ରାୟ ୧୦ କୋଟି କ୍ରେଡିଟ କାର୍ଡ ସକ୍ରିୟ ଅଛି ।

ଅନ୍ୟପଟେ ପ୍ରତି ବର୍ଷ ପ୍ରାୟ ଲକ୍ଷ ଲକ୍ଷ କ୍ରେଡିଟ୍ କାର୍ଡ ବନ୍ଦ ମଧ୍ୟ ହୋଇଥାଏ । ଏବେ ପ୍ରଶ୍ନ ଉଠୁଛି କି କ୍ରେଡିଟ୍ କାର୍ଡ ବନ୍ଦ କରାଇବାର ସଠିକ୍ ଉପାୟ କଣ । କାରଣ ଏମିତି ଅନେକ ମାମଲା ସାମ୍ନାକୁ ଆସେ, ଯେବେ ଉପଭୋକ୍ତା କ୍ରେଡିଟ୍ କାର୍ଡ ବନ୍ଦ କରାଇବାକୁ ଚାହାଁନ୍ତି ସେବେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନିକଟରେ ଛତିଶଗଡରୁ ସାମ୍ନାକୁ ଆସିଥିବା ଏକ ମାମଲା ଅନୁସାରେ ଏସବିଆଇ କାର୍ଡ ପାଇଁ ଥାର୍ଡ ପାର୍ଟି କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ କାର୍ଡ ବନ୍ଦ କରାଇବା ନାଁରେ ଲୋକଙ୍କୁ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ମାଗି ୧୪ ଲକ୍ଷ ଟଙ୍କା ଠକି ନେଇଥିଲା ।

- Advertisement -

କ୍ରେଡିଟ୍ କାର୍ଡ ବନ୍ଦ କରିବାର ସଠିକ୍ ଉପାୟ

ଯଦି ଆପଣ କ୍ରେଡିଟ୍ କାର୍ଡ ବନ୍ଦ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ସମସ୍ତ ବକେୟା ପୈଠ କରିଦିଅନ୍ତୁ । ଏହା ପରେ କାର୍ଡ ପଛରେ ଦିଆଯାଇଥିବା କଷ୍ଟମର କେୟାର ନମ୍ବରରେ କଲ୍ କରନ୍ତୁ । ଏହା ପରେ କାର୍ଡ ବନ୍ଦ କରିବା ପାଇଁ ଅନୁରୋଧ କରନ୍ତୁ । ବ୍ୟାଙ୍କ କର୍ମଚାରୀ ଆପଣଙ୍କୁ ଆବେଦନକୁ ଗ୍ରହଣ କରିବେ ଏବଂ ସିଷ୍ଟମରେ କାର୍ଡର ସୂଚନା ଭରିବେ । ଏହା ପରେ ଆପଣଙ୍କ ପାଖକୁ କାର୍ଡ ବନ୍ଦ କରିବା ସମ୍ପର୍କିତ ସୂଚନାର ମେସେଜ୍ ଆସିବ । ଆପଣ ମେଲ୍ କରି ମଧ୍ୟ କାର୍ଡ ବନ୍ଦ କରିବା ପାଇଁ ଆବେଦନ କରିପାରିବେ । ତେବେ କ୍ରେଡିଟ୍ କାର୍ଡ ବନ୍ଦ କରିବା ପାଇଁ ପ୍ରତିନିଧିଙ୍କ ସହ କଥା ହେବା ସମୟରେ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତୁ ନାହିଁ । ଆପଣଙ୍କ ନାଁ, ଜନ୍ମ ତାରିଖ ବ୍ୟତୀତ କେବଳ କାର୍ଡର ଶେଷ ୪ଟି ନମ୍ବର ପଚରାଯିବ । ଏହି ସୂଚନା ବ୍ୟତୀତ ସିଭିଭି ବା ଅନ୍ୟ କୌଣସି ଓଟିପି ଦିଅନ୍ତୁ ନାହିଁ । ଏହି ସବୁ କଥାକୁ ଧ୍ୟାନରେ ରଖି ଆପଣ କ୍ରେଡିଟ୍ କାର୍ଡ ବନ୍ଦ କରିପାରିବେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories