www.samajalive.in
Tuesday, December 9, 2025
16.1 C
Bhubaneswar

ବେଙ୍ଗାଲୁରୁ ଫ୍ୟାଶନ ଉଇକ୍‍ରେ ଅର୍ଚ୍ଚିତା

ଭୁବନେଶ୍ୱର: ନିକଟରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଫ୍ୟାଶନ୍‍ ଉଇକ୍‍-୨୦୧୮ରେ ଆକର୍ଷଣ ସାଜିଥିଲେ ଓଲିଉଡ ନାୟିକା ଅର୍ଚ୍ଚିତା। ଓଡ଼ିଆ ଡିଜାଇନର କୁମାର ଗୁରୁ ମିଶ୍ର (ବ୍ରାଣ୍ଡ୍‍-ଜି)ଙ୍କ ପାଇଁ ସେ ସାଜିଥିଲେ ଶୋ’ ଷ୍ଟପର୍‍। ଅର୍ଚ୍ଚିତାଙ୍କ ଚମତ୍କାରିତା ପ୍ରଭାବିତ କରିଥିଲା ଉପସ୍ଥିତ ବିଚାରକ ଓ ଦର୍ଶକଙ୍କୁ।
ଦୀର୍ଘବର୍ଷ ଧରି ବେଙ୍ଗାଲୁରୁ ଫ୍ୟାଶନ୍‍ ଉଇକ୍‍ ଆୟୋଜିତ ହୋଇ ଆସୁଥିବାବେଳେ ଏଥର ଏହି କାର୍ୟ୍ୟକ୍ରମରେ ଭାଗ ନେଇଥିଲେ ଓଡ଼ିଆ ଡିଜାଇନର ଶ୍ରୀ ମିଶ୍ର। ତାଙ୍କର ଶୋ’ ଷ୍ଟପର୍‍ଭାବେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା। ଅର୍ଚ୍ଚିତା କହିଛନ୍ତି, ଜଣେ ଓଡ଼ିଆ ଡିଜାଇନରଙ୍କ ପାଇଁ ଶୋ’ ଷ୍ଟପର୍‍ ହେବା ମୋ ପାଇଁ ସୌଭାଗ୍ୟ। ସୂଚନାଯୋଗ୍ୟ, ପୂର୍ବରୁ ଅର୍ଚ୍ଚିତା ମିସ୍‍ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଅଭିନୟ ବ୍ୟତୀତ ଫ୍ୟାଶନ୍‍, ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାରେ ରୁଚି ରଖନ୍ତି ସେ। ଏବେ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଚମ୍ପିଆନ୍‍’ର ପ୍ରସ୍ତୁତି ଜାରି ରହିଛି। ଯେଉଁଥିରେ ଦର୍ଶକ ତାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ପାଇବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories