www.samajalive.in
Wednesday, December 10, 2025
18.1 C
Bhubaneswar

ଏପ୍ରିଲ ୨୭ରେ ପ୍ରସାରଣ ହେବ ‘ସୁନାନାକୀ ବୋହୂ’

ଭୁବନେଶ୍ବର : ଓଡିଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା । ଆଗକୁ ଏମିତି ଏକ ମୌଳିକ ବିଷୟବସ୍ତୁ ସହ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚିତ୍ର ‘ସୁନାନାକୀ ବୋହୁ’ । ଯାହାର ପ୍ରଯୋଜକ ଉମେଶ ପଟ୍ଟନାୟକ ଓ ନିର୍ଦ୍ଦେଶକ ରହିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ, କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା । ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ,ଉମାକାନ୍ତ ନାୟକ,ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା,ଅର୍ପିତା ଚୈଧୁରୀ,ଚିରାଗଦିପ୍ ପଣ୍ଡା। ଏହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ।

ଚଳଚିତ୍ରର କାହାଣୀ ଆରମ୍ଭ ହୋଇଛି ଦୁଇଟି ଗାଁ ମଧୁପୁର ଓ ଯଦୁପୁରରୁ । ଦୁଇ ଗାଁ ମଧ୍ୟରେ ଏକ ପୁରୁଣା ବିବାଦ ଲାଗିରହିଛି ଯେ ପ୍ରତୈକ ପଣା ସଂକ୍ରାନ୍ତିରେ ନିଜର ପବିତ୍ର ଦେବତାଙ୍କୁ ଆତିଥ୍ୟ ଦେବାପାଇଁ ଉଭୟ ଗାଁ ମଧ୍ୟରେ ଲାଗେ ପ୍ରତିଯୋଗିତାର ସଂଘର୍ଷ ଓ ୪ ବର୍ଷ ହେବ ଯଦୁପୁର ଗାଁର ଜଣେ ଏହି ପ୍ରତିଯୋଗିତାକୁ ଏକତରଫା ଜିତି ଆସୁଛି , କିନ୍ତୁ ଚଳିତ ବର୍ଷ ମଧୁପୁର ଗାଁର ଜଣେ ସାହାସୀ ମହିଳା ରଘୁର ଏହି ବିଜୟ ରଥକୁ ରୋକି ଏହି ଚକ୍ରକୁ ଭାଙ୍ଗିବାରେ ଦୃଢ଼ ପ୍ରତିଜ୍ଞାବଦ୍ଧ । ପ୍ରତିଯୋଗିତା ପାଇଁ ଉତ୍ତେଜନା ଖୁବ ବୃଦ୍ଧି ପାଇବା ସମୟରେ ପୁରା ମଧୁପୁର ଚିନ୍ତାରେ । କିନ୍ତୁ ଭାଗ୍ୟର ଅଜବ ସଂଯୋଗ ଏକ ମିଥ୍ୟା ଅପବାଦକୁ ରୋକିବାପାଇଁ ଦୁଇ ପ୍ରତିଯୋଗୀଙ୍କ ସମ୍ପର୍କରେ ଆସେ ପରିବର୍ତନ ।

- Advertisement -

ତେବେ କ’ଣ ଏହି ପରିବର୍ତନ ? ଦୀର୍ଘ ଦିନର ଶତ୍ରୁତାକୁ କଣ ଠିକ କରାଯାଇପାରିବ ଯାହା ସିନେମା ଦେଖିଲେ ହିଁ ଜଣାପଡିବ । ଏମିତି ଏକ ପ୍ରେମ , ତ୍ୟାଗ , ପରମ୍ପରା ଓ ସାହସିକାତାର କାହାଣୀ ‘ସୁନାନାକୀ ବୋହୁ’ ଯାହା ଏପ୍ରିଲ ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି । ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସାପଲିନ୍, ନିକିତା ମିଶ୍ର,ପୃଥ୍ୱୀରାଜ ନାୟକ ଓ ପୁଷ୍ପା ପଣ୍ଡା  । ତେବେ ଏହି ଚଳଚିତ୍ରର ଯାତ୍ରା ସହିତ ନିଜକୁ ସାମିଲ କରିବାକୁୟ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories