www.samajalive.in
Thursday, December 11, 2025
26.1 C
Bhubaneswar

ଆତଙ୍କୀ ଆକ୍ରମଣକୁ ନେଇ ଭାରତର କଡା ଆକ୍ସନ: ଅଟାରୀ-ୱାଘା ସୀମା ବନ୍ଦ, ସିନ୍ଧୁ ନଦୀ ଚୁକ୍ତି ବାତିଲ

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ମାମଲାରେ ବୁଧବାର ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସିସିଏସର ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ ଜଣାଇଛନ୍ତି କି ସିସିଏସ୍ ନିଷ୍ପତ୍ତିରେ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିଦିଆଯାଇଛି । ଏହି ନିଷ୍ପତ୍ତି ଫଳରେ ପାକିସ୍ତାନକୁ ଏକ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ପାକିସ୍ତାନରେ ଜଳ ସମସ୍ୟା ଦେଖାଦେବା ସହ ପୂର୍ବରୁ ଲାଗି ରହିଥିବା ଆର୍ଥିକ ସମସ୍ୟା ଅଧିକ ଗୁରୁତର ହେବ । ଖାଲି ସେତିକି ନୁହେଁ, ବୈଦେଶିକ ମନ୍ତ୍ରାଳୟ ତରଫରୁ ଅନେକ ବଡ ଘୋଷଣା ହୋଇଛି ।

ଅଟାରୀ-ୱାଘା ସୀମା ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଛି ଭାରତ । ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । ଦିଲ୍ଲୀରେ ଦୂତାବାସ କର୍ମଚାରୀ ସଂଖ୍ୟା ୫୦ରୁ ୩୦କୁ ହ୍ରାସ ପାଇଁ ନିଷ୍ପତ୍ତି ନିଆଯିବା ସହ କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ଦିଆଯିବନି ବୋଲି କଡା ନିର୍ଦ୍ଦେଶ ହୋଇଛି । ଏହି ସମସ୍ତ ନିଷ୍ପତ୍ତି ଫଳରେ ପାକିସ୍ତାନ ଉପରେ ଏହାର ଭାରୀ ପ୍ରଭାବ ପଡିବ । ଅନ୍ୟପଟେ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିପାରେ ବୋଲି ସୂଚନା ମିଳିଛି ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories