www.samajalive.in
Monday, December 8, 2025
13.1 C
Bhubaneswar

ଏପ୍ରିଲ ୧୯ରୁ ‘ରଜ କୁଇନ୍-୨୦୨୫’ 

ଭୁବନେଶ୍ଵର: ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଫେରିଛି ଲୋକପ୍ରିୟ ରିଆଲିଟି ଶୋ’ ରଜ କୁଇନ୍। ବିଗତ ଦିନରେ ଏହି ଶୋ’ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ଦେଇ ସାରିଛି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି ରଜ କୁଇନ୍। ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ ଜୀ ସାର୍ଥକରେ ପ୍ରସାରିତ ହେବ ‘ରଜ କୁଇନ୍’।  ଚଳିତ ବର୍ଷ ‘ରଜ କୁଇନ୍’ର ୧୩ତମ ସଂସ୍କରଣ ପାଇଁ ଅଡିସନ୍ ସରିଯାଇଛି। ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେନ୍ଦୁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ହୋଇ ଚୟନ କରାଯାଇଥିବା ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ‘ରଜ କୁଇନ୍ ୨୦୨୫’। ଚଳିତ ବର୍ଷ ବିଚାରକ ଭାବରେ ନଜର ଆସିବେ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଏବଂ ମେଣ୍ଟର ଭାବରେ ଓଲିଉଡ଼ ଅଭିନେତ୍ରୀ ଦିବ୍ୟା, ସୂର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ। ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories