www.samajalive.in
Tuesday, December 9, 2025
26.1 C
Bhubaneswar

ବିଦ୍ୟୁତ ଆଘାତରେ ଯୁବକ ମୃତ

ଆରଡି : ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ ନାନ୍ଦପୁରରେ ଗତ ଗୁରୁବାର ରାତିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଯାଜପୁର ଜିଲାର ମଙ୍ଗଳପୁର ଥାନା ଅନ୍ତର୍ଗତ ମାଧପୁର ଗାଁର ମାନସ ରଞ୍ଜନ ରାୟ(୪୦)। ସୂଚନା ମୁତାବକ, ମାନସ ସ୍ଥାନୀୟ ଅଞ୍ଚଳରେ ଜଣେ ବିଦ୍ୟୁତ ବିଭାଗ ଅଧୀନରେ ରହି କାମ କରୁଥିଲେ। ନାନ୍ଦପୁରରେ ଗୋଟିଏ ସ୍ଥାନରେ ବିଦ୍ୟୁତ୍ ତାର ଛିଡି ଯାଇଥିଲା। ତାହାକୁ ସଜାଡୁ ଥିବା ବେଳେ ଏପରି ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଏପରିକି ମାନସ ଚେତାଶୂନ୍ୟ ହୋଇ ତଳେ ପଡିଯିବା ଫଳରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୂଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶୁକ୍ରବାର ଅପରାହ୍ଣରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତକଙ୍କ ପରିବାର ଲୋକେ ବିଦ୍ୟୁତ ବିଭାଗ ଜେ.ଇ,ଏସ.ଡି.ଓ. ଏବଂ ଜଣେ କର୍ମଚାରୀଙ୍କ ନାମରେ ଧୂଷୁରୀ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି। ମୃତକଙ୍କ ଶବ ଆସିବାପରେ ଆରଡି ସନ୍ନିକଟ ମଠଡିହ ଠାରେ ପରିବାର ଲୋକଙ୍କ ସହ ମାଧପୁର ଗ୍ରାମବାସୀ ୫ଘଣ୍ଟା ଧରି ଭଦ୍ରକ-ଆଖଣ୍ଡଳମଣି ରାସ୍ତା ଅବରୋଧ କରଥିଲେ। ଖବର ପାଇ ଧୁଷୁରୀ ଥାନାଧିକାରୀ ପ୍ରଫୁଲ କୁମାର ସିଂ, ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ, ଧୂଷୁରୀ ଏ.ଏସ.ଆଇ. ପ୍ରଦୀପ ନାୟକ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ପୁଲିସ ଅଧିକାରୀ ମାନେ ବିଦ୍ୟୁତ ବିଭାଗ ଏସ.ଡି.ଓ.ଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ କ୍ଷତିପୁରଣ ଦେବା ବାବଦରେ ଆଲୋଚନା ଜାରି ରଖିଥିବା ପ୍ରକାଶ ପାଇଛି। ଜିଲା ପ୍ରଶାସନିକ ଅଧିକାରୀଙ୍କ ସମେତ ବିଦ୍ୟୁତ ବିଭାଗ ଏସ.ଡି.ଓ. ନଆସିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ମାନସଙ୍କ ପରିବାର ଲୋକେ କହିଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories