୩ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ଆରମ୍ଭ, ଚଳିତବର୍ଷ ୯ଗୋଟି ସୋମବାରରେ ହେବ ଜଳଲାଗି

ଆରଡି : ଚଳିତବର୍ଷ ୨ମାସରୁ ଉର୍ଦ୍ଧ ଅର୍ଥାତ ଜୁଲାଇ ୩ ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ୯ଟି ସୋମବାରରେ ଶ୍ରାବଣୀ ଜଳାଭିଷେକ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ସମୀକ୍ଷା କରିଛନ୍ତି। ବିଶେଷକରି ଜଳପଥରେ ଆସୁଥିବା କାଉଡିଆଭକ୍ତଙ୍କ ପାଇଁ ପୀଠରେ ଥିବା ୩ଟି ନଦୀଘାଟରେ ଓଡ୍ରାଫଟିମ ସହ ପୁଲିସ ମୃତୟନ ରହିବେ, ଏଥିସହ ସଂଧ୍ୟା ଠାରୁ ସକାଳ ଯାଏଁ ବନ୍ଦ ରହିବ ନଦୀଘାଟ। ଏହାସହ କାଉଡିଆମାନେ ଯେପରି ଶୃଙ୍ଖଳାର ସହ ଜଳଲାଗି କରିବେ ସେଥିପାଇଁ ସ୍ବତନ୍ତ୍ର ବାରିକେଡ ସହ ମନ୍ଦିର ଭିତରେ ବାହାରେ ୩ଥାକିଆ ସୁରକ୍ଷା ବ୍ଯବସ୍ଥା ହେବ ବୋଲି ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ କହିଛନ୍ତି।

prayash

ସେହିପରି ଭଦ୍ରକଆରଡି ରାଜ୍ୟ ରାଜପଥର ମରାମତି ସହ ତିହିଡି ଆରଡି, ମତୋ_ଆରଡି ରାସ୍ତାର ଧାନଖଣିଆ ଠାରୁ ବାଇପାସ ଯାଏଁ ତୁରନ୍ତ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲାପାଳ ଶ୍ରୀ ପାତ୍ର ଆଲୋଚନା କରିଥିଲେ। ସମସ୍ତ ରବିବାର ଓ ସୋମବାରରେ ପୀଠରେ ନିରବିଛିନ୍ନ ବିଦ୍ଯୁତ ଯୋଗାଣ ସହ ପାନୀୟଜଳ ଯୋଗାଣ, ପରିମଳ ବ୍ୟବସ୍ଥା କରାଯିବ ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଉକ୍ତ ସମୀକ୍ଷା ବୈଠକରେ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାର, ଟ୍ରଷ୍ଟବୋର୍ଡ ସଭ୍ଯ ସରୋଜ ଦାସ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆରଡି ଆର.ଆଇ ଦେବାଷିଶ ରାୟ, ସେବାୟତ ବିଜୟ କୁମାର ଦାଶ, ମନୋରଞନ ପାଢୀ, ଶୁଶାନ୍ତ ତ୍ରିପାଠୀ, ଦୀଲିପ ପାଢୀ, ରାଧାକାନ୍ତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.