bjd gruha runa

କ୍ଷେତରୁ ଜଳ ନିଷ୍କାସନ ପାଇଁ ନଦୀବନ୍ଧ ବାନ୍ଧିଲେ ଶତାଧିକ ଚାଷୀ

BJD Bijuli 480×75 Mob

ଆରଡି : ଚାନ୍ଦବାଲି ଅଞ୍ଚଳର ଜଳଦେଶ ଭାବେ ପରିଚିତ ଆରଡି, ନାନ୍ଦପୁର ଓ ସୁନ୍ଦପୁର ଅଞ୍ଚଳରେ ଚାଷ ପ୍ରାରମ୍ଭରୁ ମରୁଡିର ପଦଧ୍ୱନୀ , ପରେ କ୍ଷେତରେ ପାଚିଲା ଧାନ ଅମଳ ସମୟରେ ବାତ୍ୟା ବୁଲବୁଲର ତାଣ୍ଡବ। ଯାହାକିଛି କ୍ଷେତରେ ଅମଳ ହେବାକୁ ଫସଲ ଥିଲା ତାହା ଏବେ ବାତ୍ୟା ଜନିତ ବର୍ଷାରେ ପାଣିରେ ଭାସୁଛି। ଖରିଫ ଫସଲ ପାଚିଲା ଧାନ ନଷ୍ଟପରେ ଏବେ ମୁଣ୍ଡରେ ହାତଦେଇ ବସିଛି ଚାଷୀ। ଏପରିକି ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣ କିପରି ସୁଜିବେ ତାହା ଚାଷିମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାଜିଛି। ସେଥିପାଇଁ ପାଚିଲାଧାନ କ୍ଷେତରୁ ଦିନଦିନ ଧରି ଜମି ରହିଥିବା ବର୍ଷାପାଣି ନିସ୍କାସନ ପାଇଁ ଗତ ବୁଧବାର ଚାନ୍ଦବାଲି ଅଧିନସ୍ଥ ନାନ୍ଦପୁର ଅଞ୍ଚଳ ସମେତ ତିହିଡି ବ୍ଲକର ତଳଦୁମୁକା ଅଞ୍ଚଲ ଶତାଧିକ ଚାଷୀ ଏକଜୁଟ ହୋଇ ନଦୀବନ୍ଧ ବାନ୍ଧିଛନ୍ତି।

ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ସାଳନ୍ଧୀନଦୀର ଶାଖା ହଂସଡିଆଁ ନଦୀକୁ ବାନ୍ଧିବାକୁ ସେମାନେ ଉଦ୍ୟମ କରିଛନ୍ତି। ନିଜସ୍ୱ ଖର୍ଚ୍ଚରେ ସେମାନେ ବାଉଁଶ କିଣିବା ସହ ମାଟି ହାଣି ବନ୍ଧ ବାନ୍ଧିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳର ଚାଷଜମିର ଉନ୍ନତି ନିମନ୍ତେ ନଦୀ ଉପରେ ସୁଇଚଗେଟ ନିର୍ମାଣ ନିମନ୍ତେ ଚାଷୀମାନେ ବିଧାୟକ, ମନ୍ତ୍ର. ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେବି କେବଳ ପ୍ରତିଶ୍ରୁତିରେ ରହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସେହି ନଦୀ ଉପରେ ଯଦି ସୁଇଚଗେଟ ଟିଏ ନିର୍ମାଣ କରାଯାଇ ପାରନ୍ତା ତେବେ ଚାନ୍ଦବାଲି ବ୍ଲକର ୨୦ ଖଣ୍ଡ ଗାଁର ଚାଷୀମାନଙ୍କ ସହ ତିହିଡି ବ୍ଲକର ୪/୫ଖଣ୍ଡ ଗାଁର ଚାଷୀ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବିଙ୍କ ମହଲେ ପ୍ରକାଶ ପାଇଛି। ଏବେ ସାରଦ ଧାନ ବୁଲବୁଲ ବାତ୍ୟାରେ କ୍ଷତି ଘଟିଥିବାରୁ ଉକ୍ତ ଅଞ୍ଚଳ ଚାଷୀମାନେ ଟାଇଚିନଧାନ ଚାଷ ପାଇଁ ମନ ବଳାଇଛନ୍ତି। ଅପରପକ୍ଷେ ଆଗକୁ ନଦୀରେ ଅମାବାସ୍ୟା ଓ ପୁର୍ଣ୍ଣମୀ ତିଥିରେ ଉଚ୍ଚ ଜୁଆର ଆସିବା ସହ ନଦୀରେ ଲୁଣାପାଣି ଆସିବାର ଆଶଙ୍କା ରହିଛି। ଏଥିପ୍ରତି କୃଷି ବିଭାଗ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଚାଷୀମାନଙ୍କର ଚାଷର ଉନ୍ନତି ଆଣିବା ପାଇଁ ତୁରନ୍ତ ଉକ୍ତ ନଦୀବନ୍ଧରେ ଏକ ସୁଇଚଗେଟ ନିର୍ମାଣ ପାଇଁ ଦାବି କରିଛନ୍ତି ଚାଷୀମାନେ। ଯଦି ଚଳିତବର୍ଷ ଚାଷୀମାନଙ୍କର ଦାବୀକୁ ପ୍ରଶାସନ ପକ୍ଷରୁ ଉପେକ୍ଷା କରାଯାଏ ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

Comments are closed.