ଆକ୍ୱାରିୟମ ରଖୁଛନ୍ତି କି!! ଧ୍ୟାନ ଦିଅନ୍ତୁ
ଆଜିକାଲି ଘରେ ଆକ୍ୱାରିୟମ ରଖିବା ଫ୍ୟାସନ ହୋଇ ଗଲାଣି। ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ ରଖିବା ବହୁତ ଖାସ ଅଟେ। ଘରେ କିମ୍ବା ଦୋକାନରେ ମାଛ ଆକ୍ୱାରିୟମ ରଖିବା ଦ୍ୱାରା ବ୍ୟକ୍ତିଙ୍କ ଉପରକୁ ଆସୁଥିବା ସଂକଟକୁ ଦୂରେଇ ଦେଇଥାଏ। ଏବଂ ଘରେ ସୁଖଶାନ୍ତି ବଜାୟ ରଖିବା ସହ ଉନ୍ନତି କରିଥାଏ। ଆକ୍ୱାରିୟମ ରଖିବା ବେଳେ କେତୋଟି ବିଶେଷ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ।
କେଉଁଠି ରଖିବା ଉଚିତ: ମାଛର ଆକ୍ୱାରିୟମକୁ ସର୍ବଦା ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ। ଏହି ଦିଗରେ ଆକ୍ୱାରିୟମ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ବଢିଥାଏ।
କେଉଁଠି ରଖିବା ଅନୁଚିତ: ରୋଷେଇ ଘରେ ନିଆଁର ଉତ୍ତାପ ଅଧିକ ଥାଏ। ତେଣୁ ରୋଷେଇ ଘରେ କେବେ ବି ଆକ୍ୱାରିୟମ ରଖନ୍ତୁ ନାହିଁ।
ପାଣି ବଦଳାନ୍ତୁ: ଆକ୍ୱାରିୟମର ପାଣିକୁ ମଝିରେ ବଦଳାଇବା ଉଚିତ। ପାଣି ଅଧିକ ଦିନ ଧରି ରହିଲେ କୁପରିଶାମ ଦେଖା ଦେଇଥାଏ। ତେଣୁ ପାଣି ପୁରୁଣା ହୋଇଗଲେ ବଦଳାଇ ଦିଅନ୍ତୁ।
କେତୋଟି ମାଛ ରଖିବା ଉଚିତ: ଆକ୍ୱାରିୟମ ମାଛ ସଂଖ୍ୟା କମ କରନ୍ତୁ। ସର୍ବାଧିକ ୯ଟି ମାଛ ରଖିବା ଉଚିତ, ସେଥି ମଧ୍ୟରୁ ୮ଟି ଲାଲ ଓ ସୁନେଲୀ ରଙ୍ଗର ମାଛ, ଗୋଟିଏ କଳା ରଙ୍ଗର ମାଛ ରଖିବା ଉଚିତ।
କଳା ରଙ୍ଗ ମାଛର ରଖିବାର କାରଣ: ଫେଙ୍ଗସୁଇ ଅନୁସାରେ କଳା ରଙ୍ଗର ମାଛ ସୁରକ୍ଷାର ପ୍ରତୀକ ଅଟେ। ଏହା ସମସ୍ତ କୁପ୍ରଭାବକୁ ଦୂର କରିଥାଏ। ସମସ୍ତ ସଦସ୍ୟଙ୍କୁ ରକ୍ଷା କରେ।
ମାଛ ମରିଗଲେ କଣ କରିବା: ଆକ୍ୱାରିୟମରେ କୌଣସି ମାଛ ମରିଗଲେ ତାକୁ ତୁରନ୍ତ ବାହାର କରି ନଦୀରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେ ଯେ ଯେଉଁ ରଙ୍ଗର ମାଛ ମରିଥିବ ସେ ରଙ୍ଗର ମାଛ ଆଣି ଆକ୍ୱାରିୟମ୍ ରଖନ୍ତୁ।
ଏସବୁ କଥା ପ୍ରତି ଧ୍ୟାନ ରଖି ଆକ୍ୱାରିୟମ ଘରେ ଓ ଦୋକାନରେ ରଖନ୍ତୁ।