BJD Bijuli 480×75 Mob

ଅପ୍ରେଲ ୨୬ରେ ଉତ୍ତର ପ୍ରଦେଶ ଓ ବିହାର ବିଧାନ ପରିଷଦ ନିର୍ବାଚନ

BJD Bijuli 480×75 Mob
0

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଏବଂ ବିହାର ବିଧାନ ପରିଷଦର ୨୪ ଆସନ ପାଇଁ ଅପ୍ରେଲ ୨୬ରେ ନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶର ୧୩ ଏବଂ ବିହାରର ୧୧ ବିଧାନ ପରିଷଦ ନିର୍ବାଚନ ପାଇଁ ଅପ୍ରେଲ ୯ରେ ବିଜ୍ଞପ୍ତି ଜାରି କରାଯିବ । ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ୧୩ ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ମଇ ୫ରେ ଶେଷ ହେବ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ ଦେବୀଙ୍କ ସମେତ ୧୧ ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ମଇ ୬ରେ ଶେଷ ହେବ । ନିର୍ବାଚନ ଅୟୋଗଙ୍କ ଦ୍ୱାରା ଜାରି ନିର୍ବାଚନ କାର୍ଯ୍ୟକ୍ରମ ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅପ୍ରେଲ ୧୬ ଧାର୍ଯ୍ୟ କରାଯାଇଛି । ଅପ୍ରେଲ ୧୭ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ୧୧ ଅପ୍ରେଲ ରହିଛି । ଅପ୍ରେଲ ୨୬ରେ ମତଦାନ ହେବ ଓ ସେହି ଦିନ ସନ୍ଧ୍ୟା ୫ଟା ବେଳେ ଭୋଟ ଗଣତି ହେବ । ମଇ୨ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟାଗ ଲକ୍ଷ୍ୟ ରଖିଛି ।

Leave A Reply