ଅନୁରାଧା ପୋଡ଼ୱାଲଙ୍କୁ ଠକି ଦେଲେ ଠିକାଦାର
ମୁମ୍ବାଇ : ପ୍ରସିଦ୍ଧ ଗାୟିକା ଅନୁରାଧା ପୋଡ଼ୱାଲଙ୍କୁ କିଛି ଠିକାଦାର ଠକି ଦେଇଥିବା ଅଭିଯୋଗ ହୋଇଛି । ସେ ଏକ ଫ୍ଲାଟ କିଣିବା ପାଇଁ ଠିକାଦାର ତଥା ବିଲଡରମାନଙ୍କୁ ଟଙ୍କା ଦେଇଥିଲେ। ମାତ୍ର ଏହି ଫ୍ଲାଟକୁ ଏହି ଠିକାଦାରମାନେ ଅନେକ ଲୋକଙ୍କୁ ବିକି ଦେଇଥିବା ସେ ପରେ ଜାଣିବାକୁ ପାଇଥିଲେ ।
ରାଜୁ ସୁଲେରେ ଓ ଅବିନାଶ ଧୋଲେ ନାମକ ଦୁଇଜଣ ବିଲଡରଙ୍କ ସହ ଆଉ ୫ ଜଣ ମିଶି ଅନୁରାଧା ପୋଡ଼ୱାଲଙ୍କ ସହ ଅନକ ଲୋକଙ୍କୁ ଗୋଟିଏ ଫ୍ଲାଟ ବିକ୍ରି କରି ଦେଇଥିଲେ । ଥାନାରେ ଅଭିଯୋଗ ହେବାପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଅର୍ନାଲା ବେଳାଭୂମି ନିକଟରେ ବହୁତ ଶସ୍ତାରେ ଫ୍ଲାଟ ନିର୍ମାଣ କରି ବିକ୍ରି କରାଯିବା ବୋଲି ଏହି ଲୋକମାନେ ବିଜ୍ଞାପନ ଦେବା ସହ ଅନେକ ନିବେଶକଙ୍କଠାରୁ ଟଙ୍କା ଠକି ନେଇଥିଲେ । ଏହାପରେ ନକଲି କାଗଜ ପତ୍ର ତିଆରି କରି ଗୋଟିଏ ଫ୍ଲାଟକୁ ଅନେକ ଲୋକଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଏବେ ମାମଲା ରୁଜୁ କରୁ ତଦନ୍ତ ଆରମ୍ଭ କରିଛି ।