ଆଖୁ ଚୋରୀ ଅଭିଯୋଗରେ ଘରେ ଅଟକ ରଖିଥିବା ୪ଶିଶୁଙ୍କୁ ଉଦ୍ଧାର କଲା ପୁଲିସ୍
ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଖମାର ଗ୍ରାମରେ ଜୈନେକ ବ୍ୟକ୍ତିଙ୍କ ବାଡିରୁ ୪ଜଣ କୋମଳ ମତି ଶିଶୁ ଆଖୁ ଚୋରୀ କରି ଖାଉଥିବାବେଳେ ଆଖୁ କ୍ଷେତ ମାଲିକ ସେମାନଙ୍କୁ ନିସ୍ତୁକ ମାଡ ମାରିବା ସହିତ ନିଜ ଘରକୁ ନେଇ ଅଟକ ରଖିଥିଲେ। ଏପରିକି ଶିଶୁ ମାନଙ୍କୁ ଭୋକ ଉପାସରେ ଦିନ ତମାମ ନିଜଘର ଭିତରେ ଅଟକ ରଖିଥିଲେ । ସୂଚନା ମୁତାବକ, ଖମାର ଗ୍ରାମ ବରସାହିର ଅବିନ ସାହୁଙ୍କ ଆଖୁ ବାଡିରୁ ୩ଜଣ ନାବାଳିକା ଓ ଜଣେ ନାବାଳକ ଆଖୁ ଚୋରୀ କରି ଖାଉଥିବା ବେଳେ କ୍ଷେତ ମାଲିକ ସେମାନଙ୍କୁ ଧରିବା ସହିତ ନିସ୍ତୁକ ମାଡ ମାରି ଘରେ ଅଟକ ରଖିଥିଲେ । ଘଟଣା ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ଖମାର ଗ୍ରାମର ଅବିନ ସାହୁଙ୍କ ଘରେ ଚଢାଉ କରି ଅଟକ ୩ଜଣ ନାବାଳିକା ଓ ନାବାଳକ ଶିଶୁଙ୍କୁ ପୁଲିସ ଉଦ୍ଧାର କରିଥିଲେ । ଉକ୍ତ କୋମଳ ମତି ଶିଶୁ ମାନଙ୍କୁ ଆଖୁ କ୍ଷେତ ମାଲିକ ଅବିନ ସାହୁ ମାଡ ମାରିବା ସହିତ ଭୋକ ଉପାସରେ ଘରେ ଅଟକ ରଖିଥିବା ପୁଲିସ ଆଗରେ ଶିଶୁ ମାନେ ପ୍ରକାଶ କରିଥିଲେ । ଅବିନ ସାହୁଙ୍କୁ ଅଟକ ରଖି ବାଗଡିଆ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରିବା ସହିତ କିଛି ମୁଷ୍ଟିମେୟ ଲୋକଙ୍କ ଚାପରେ ପଡି ଉକ୍ତ ମାମଲାକୁ ରଫାଦଫା କରିଦେଇଥିବା ଜଣାପଡିଛି । ଏପରି ଏକ ଅଭାବନୀୟ କାଣ୍ଡ ଘଟଣାକୁ ପୁଲିସ ମାମଲା ରୁଜୁ ନକରି ଅଭିଯୁକ୍ତକୁ ଛାଡି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।