www.samajalive.in
Monday, December 8, 2025
14.1 C
Bhubaneswar

ନରହନ୍ତା ଦନ୍ତାକୁ କାବୁକଲା ବନବିଭାଗ

ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅଧୀନ ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ଏହି ଅପରେସନରେ ୪୦ ଜଣ ବନ କର୍ମଚାରୀ ସାମିଲ ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଧାରା ଦେଉ ନ ଥିବା ଏହି ନରହନ୍ତା ହାତୀକୁ ତାଳଚେର ଜଗନ୍ନାଥ କୋଇଲାଖଣି ନିକଟସ୍ଥ ଏକ ଜଙ୍ଗଲରେ ବନ ବିଭାଗ ଜଗି ରହି ଟ୍ରାଙ୍କୁଲାଇଜ କରିଥିଲେ।

ସୂଚନା ଅନୁଯାୟୀ, ଏହି ନରହନ୍ତା ଦନ୍ତା ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେବା ସହ ତାଳଚେର ସହର ଅଞ୍ଚଳରେ ଉତ୍ପାତ କରୁଥିଲା। ଖବର ପାଇ ତାଳଚେର ବନାଞ୍ଚଳ ଡେରା ସଂରକ୍ଷିତ ଜଙ୍ଗଲ ନିକଟରେ ବୁଲୁଥିବା ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ସଦଳବଳ ପହଞ୍ଚି ଥିଲା। ଅନୁଗୋଳ ଡିଏଫଓ ଭି.କାର୍ତ୍ତିକ, ସାତକୋଶିଆ ଏସିଏଫଓ ସରୋଜ ପଣ୍ଡା, ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ, ପ୍ରବେଶନ ଆଇଏଫଏସ ଅଫିସର ସାଇକିରଣ, ଏସିଏଫଓ ବାସୁଦେବ ନାଏକ, ଏକ୍ସପର୍ଟ କମଳଲୋଚନ ପୁରୋହିତ, ତାଳଚେର ରେଞ୍ଜର ହିମାନି ନାୟକଙ୍କ ସହ ଛେଣ୍ଡିପଦା ସମେତ କଣିହାଁ ରେଞ୍ଜର ଯୋଗଦେଇଥିବା ବେଳେ ମୋଟ ୪୦ ଜଣ ବନ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଥିଲେ। ପରେ ଏହି ନରହନ୍ତା ହାତୀକୁ ସୋମବାର ସନ୍ଧ୍ୟା ତାଳଚେର ଜଗନ୍ନାଥ କୋଇଲାଖଣି ନିକଟସ୍ଥ ଏକ ଜଙ୍ଗଲରେ ବନ ବିଭାଗ ଜଗି ରହି  ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ। ଏହି ନରହନ୍ତା ହାତୀକୁ ଢେଙ୍କାନାଳ କପିଳାସ ଚିଡିଆଖାନାକୁ ସ୍ଥାନାନ୍ତର କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories