୪ ବର୍ଷ ସନ୍ତାନର ମା’ ସାରା ଦେଶରେ ଆଇଏଏସ୍‌  ପରୀକ୍ଷାରେ ଦ୍ୱିତୀୟ ରାଙ୍କର ଅଧିକାରିଣୀ

0

ନୂଆଦିଲ୍ଲୀ: କୁହାଯାଏ ବିବାହ ପରେ ଦାୟିତ୍ୱ ବଢିଯାଏ । ବିଶେଷ କରି ନାରୀର ଦାୟିତ୍ୱର ଅଧିକ ବଢିଯାଇଥାଏ , ପରିବାରର ଦେଖା ଶୁଣା କରିବାକୁ ପଡେ । ମାଆ ହେଲା ପରେ ତ ଦାୟିତ୍ୱ ବହୁତ ଅଧିକ ବଢିଯାଇଥାଏ । ଶିଶୁର ଯତ୍ନ ସହ ପରିବାରର ଦେଖାଶୁଣା କରିବାକୁ ପଡିଥାଏ । ହେଲେ ଏ ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ସହ ଭାରତୀୟ ପ୍ରଶାସନିକ ସେବା ୨୦୧୭ ପରୀକ୍ଷାରେ  ଅନୁ କୁମାରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।  ୩୧ ବର୍ଷୀୟା ଅନୁକୁମାରୀ ଦିଲ୍ଲୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟକୁ ପଦାର୍ଥ ବିଜ୍ଞାନରେ ସ୍ନାତକ , ଆଇଏମ୍‌ଟି ନାଗପୁରରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି ।

ସେ ସମାଜ ପାଇଁ କିଛି କରିବା ପାଇଁ ଚିନ୍ତା କରୁଥିବାରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଚିନ୍ତା କରୁଥିଲେ ବୋଲି କହିଛନ୍ତି । ସେ ଆଗରୁ ଆଭିଭା ଲାଇଫ୍‌ ଇନ୍‌ସ୍ୟୁରାନ୍ସ୍‌ରେ ଚାକିରି କରୁଥିଲେ । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବା ପାଇଁ ଦୁଇ ବର୍ଷ ଆଗରୁ ଚାକିରି ଛାଡି ଦେଇଥିଲେ । ୨୦୧୬ରେ ପ୍ରଥମେ ପରୀକ୍ଷା ଦେଇଥିଲେ । ମାତ୍ର ଗୋଟିଏ ମାର୍କ ପାଇଁ ପ୍ରାରମ୍ଭିକ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ।

୨୦୧୭ରେ ପୁଣି ଥରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ । ଏଥର ସମସ୍ତଙ୍କୁ ସେ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି ।ସାରା ଦେଶରେ ଆଇଏଏସ୍‌  ପରୀକ୍ଷାରେ ଦ୍ୱିତୀୟ ରାଙ୍କର ଅଧିକାରିଣୀ । ଏଥିପାଇଁ ସେ ବେଶ୍‌ ଖୁସୀ । ସେ ଶିଶୁ ଓ ମହିଳାଙ୍କ ଉନ୍ନତି ଉପରେ ବିଶେଷ ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ଅନୁ କୁମାରୀଙ୍କ ସ୍ୱାମୀ ଜଣେ ବ୍ୟବସାୟୀ , ସେ ଅନୁ କୁମାରୀଙ୍କୁ  ପରୀକ୍ଷା ପାଇଁ ଉତ୍ସାହ ପ୍ରଦାନ କରୁଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply