www.samajalive.in
Sunday, December 7, 2025
26.1 C
Bhubaneswar

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ, କହିଲେ- ଏହା ତାଙ୍କ କର୍ମ ଫଳ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ତାଙ୍କ ଗିରଫଦାରୀ ପରେ ଇଣ୍ଡିଆ ମେଣ୍ଟର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିଥିବାବେଳେ ସାମାଜିକ କର୍ମୀ ଆନ୍ନା ହଜାରେ କହିଛନ୍ତି ଯେ, ତାଙ୍କ କର୍ମ କାରଣରୁ ହିଁ ତାଙ୍କୁ ଗିରଫ କରାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ଦେଇ ଆନ୍ନା ହାଜାରେ କହିଛନ୍ତି, ‘‘ମୁଁ ଅତ୍ୟନ୍ତ ଦୁଃଖିତ ଯେ ଅରବିନ୍ଦ କେଜ୍ରିୱାଲ ଯିଏ ଦିନେ ମୋ ସହ କାମ କରୁଥିଲେ, ସେ  ମଦ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ବର୍ତ୍ତମାନ ସେ ନିଜେ ମଦ ନୀତି ପ୍ରସ୍ତୁତ କରୁଛନ୍ତି। ତାଙ୍କ ଗିରଫଦାରୀ ତାଙ୍କ କର୍ମ ଯୋଗୁ ହିଁ ହୋଇଛି।’’

- Advertisement -

ଆନ୍ନା ହଜାରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଏପରି ନୀତି କାର୍ଯ୍ୟକାରୀ ନକରିବାକୁ ଅରବିନ୍ଦ କେଜ୍ରିୱାଲଙ୍କୁ ଚେତାବନୀ ଦେଇଥିଲେ। ସେ କହିଛନ୍ତି, ‘‘ମୁଁ କହିଥିଲି ଯେ ମଦ ନୀତି ପ୍ରସ୍ତୁତ କରିବା ଆମ କାମ ନୁହେଁ। ଏକ ଛୋଟ ପିଲା ମଧ୍ୟ ଜାଣେ ଯେ ମଦ ଏକ ଖରାପ ଜିନିଷ। କିନ୍ତୁ ସେ ଏହି ନୀତି ପ୍ରସ୍ତୁତ କରିଥିଲେ। ତାଙ୍କୁ ଲାଗିଲା ଯେ, ସେ ଏଥିରୁ ଅନେକ ଟଙ୍କା ରୋଜଗାର କରିବେ, ତେଣୁ ସେ ଏହି ନୀତି ଲାଗୁ କରିଥିଲେ। ମୁଁ ତାଙ୍କୁ ଏନେଇ ଦୁଇଥର ଚିଠି ମଧ୍ୟ ଲେଖିଥିଲି।’’

ସୂଚନାଯୋଗ୍ୟ, ଜନଲୋକପାଳ ବିଲ୍ ଆନ୍ଦୋଳନ ସମୟରେ ଆନ୍ନା ହଜାରେଙ୍କ କୋର୍‌ ଟିମ୍‌ରେ ସାମିଲ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ନାମ ଜନସାଧାରଣଙ୍କ ସାମ୍ନାକୁ ଆସିଥିଲା। ୨୦୧୧ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ କେଜ୍ରିୱାଲ ଜଣେ ପ୍ରମୁଖ ଚେହେରା ଥିଲେ, ଯିଏ ଆନ୍ନା ହାଜାରେଙ୍କ ସହ ଜନଲୋକପାଳ ବିଲ୍ ଲାଗୁ କରିବାକୁ ଦାବି କରିଥିଲେ। ଆନ୍ନା ହଜାରେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଆମରଣ ଅନଶନ କରିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories