BJD Bijuli 480×75 Mob

ଅନ୍ନାଙ୍କ ଅନଶନରେ ସାମିଲ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି

BJD Bijuli 480×75 Mob
0

ନୂଆଦିଲ୍ଲୀ : କେନ୍ଦ୍ରରେ ଲୋକପାଳ ନିଯୁକ୍ତି ଦାବିରେ ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ସମାଜସେବୀ ଅନ୍ନା ହଜାରଙ୍କ ଦ୍ୱାରା ଦିଲ୍ଲୀର ରାମଳୀଳା ମୈଦାନରେ ଦିଆଯାଇଥିବା ଅନଶନ ରବିବାର ତୃତୀୟ ଦିନରେ ପହଞ୍ଚିଛି । ଅସୁସ୍ଥତା କାରଣରୁ ଶନିବାର ଅନ୍ନା ମଞ୍ଚରୁ ହଟିଯାଇଥିଲେ । ରବିବାର ଅନ୍ନାଙ୍କ ଶହ ଅନଶନରେ ବସିଥିବା ୨୨୭ ଜଣଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଛି । ସେମାନଙ୍କ ମଧ୍ୟରୁ ତେକେତକଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନଶନ ସ୍ଥଳରେ ଥିବା ଡାକ୍ତରୀ ଦଳ ଅନ୍ନାଙ୍କ ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିଛନ୍ତି । ପାଣି ନ ପିଇବା କାରଣରୁ ୮୧ ବର୍ଷିୟ ଅନ୍ନାଙ୍କ ଶରୀର ଦୁର୍ବଳ ହୋଇପଡ଼ିଛି । ତେଣୁ ମଞ୍ଚଳରେ ସେ କିଛି ଉଦବୋଧନ ଦେବା ସ୍ଥିତିରେ ନାହାନ୍ତି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି । ଅନଶନର ତୃତୀୟ ଦିନରେ କେହି ରାଜନେତା ଅନଶନସ୍ଥଳକୁ ଆସିନାହାନ୍ତି । ଅନଶନକାରୀଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ ମଞ୍ଚସ୍ଥଳରେ ଦେଶଭକ୍ତି ସଂଗୀତ ଲଗାଯାଇଛି । ଅନଶନ ଆୟୋଜକ ଦଳର ବକ୍ତା ମଞ୍ଚରେ ଭାଷଣ ଦେଇଛନ୍ତି । ଗୁଜରାଟ ପାଟିଦାର ନେତା ହାର୍ଦ୍ଦିକ ପଟେଲ ଏଥିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଅନ୍ନାଙ୍କ ଅନଶନ ତୃତୀୟ ଦିନରେ ବି ଫିକା ପଡିଛି । ଅନଶନ ସ୍ଥଳରେ ଅଶାତୀତ ଲୋକଙ୍କ ଭିଡ଼ ଦେଖିବାକୁ ମିଳିନାହିଁ । ଅନ୍ନାଙ୍କ ଅନଶରେ ସହସ୍ରାଧିକ ଲୋକେ ଯୋଗଦେବେ ବୋଲି କୁହାଯାଉଥିଲା । ଏପର୍ଯ୍ୟନ୍ତ ଏହି ସଂଖ୍ୟା ୨୫୦ ଟପିନାହିଁ।

Leave A Reply