www.samajalive.in
Sunday, December 14, 2025
19.1 C
Bhubaneswar

ସିଧୁ ମୁଜେୱାଲାଙ୍କ ହତ୍ୟାକାରୀ ଅଙ୍କିତ ଗିରଫ

ନୂଆଦିଲ୍ଲୀ : ପ୍ରାୟ ୩୦ଟି ସ୍ଥାନରେ ଲୁଚିବା ପରେ ପଞ୍ଜାବ କଣ୍ଠଶିଳ୍ପୀ ସିଧୁ ମୁଜେୱାଲଙ୍କ ହତ୍ୟା ଅଭିଯୁକ୍ତ ଅଙ୍କିତ ସିର୍ସା ରବିବାର ରାତିରେ ଦିଲ୍ଲୀ ପୁଲିସ ହାତରେ ଧରାପଡ଼ିଛି । ମାତ୍ର ୧୮ ବର୍ଷୀୟ ଅଙ୍କିତ ଦକ୍ଷ ସାର୍ପସୁଟର ଭାବେ ପରିଚିତ। ସେ କୁଖ୍ୟାତ ଦାଗୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ। ସିଧୁ ଗାଡ଼ି ଚଳାଉଥିବାବେଳେ ଅଙ୍କିତ ଏକ କାର୍‌ରେ ପ୍ରିୟବ୍ରତ ଫୌଜି ସହ ତାଙ୍କ ଅତି ନିକଟକୁ ଯାଇ ଦୁଇ ହାତରେ ଏକେ-୪୭ ରାଇଫଲରୁ ୬ଟି ଗୁଳି ଚଳାଇଥିଲା। ପ୍ରିୟବ୍ରତ ହେଉଛି ଲରେନ୍ସ ଗ୍ୟାଙ୍ଗର ‘ବୋଲେରୋ ମଡ୍ୟୁଲ’ ମୁଖ୍ୟ। ସିଧୁ ହତ୍ୟାକାଣ୍ଡର ସେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ତାର ଘନିଷ୍ଠ ସଚିନ ବିର୍ମାନୀ ପୂର୍ବରୁ ଗିରଫ ହୋଇଛି । ଅଙ୍କିତ ବିରୋଧରେ ପୂର୍ବରୁ ରାଜସ୍ଥାନରେ ଦୁଇଟି ହତ୍ୟା ଅଭିଯୋଗ ରହିଛି। ମେ ୨୯ରେ ୨୮ବର୍ଷୀୟ ପ୍ରତିଭାବାନ୍‌ କଣ୍ଠ ଶିଳ୍ପୀ ସିଧୁଙ୍କୁ ପଞ୍ଜାବରେ ହତ୍ୟା କରାଯାଇଥିଲା। ସିଧୁଙ୍କ ଶରୀରରେ ୧୯ଟି ଗୁଳି ବାଜିଥିଲା ଓ ଏହାର ମାତ୍ର ୧୫ ମିନିଟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡ ପଛରେ ଜେଲ୍‌ରେ ଥିବା ଲରେନ୍ସ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା । ହତ୍ୟାକାଣ୍ଡ ଘଟାଇବା ପୂର୍ବଦିନ ସେ କାନାଡାସ୍ଥିତ ଅପରାଧୀ ଗୋଲ୍‌ଡି ବ୍ରାର୍‌ ଓ ଲରେନ୍ସଠାରୁ ନିର୍ଦେଶ ପାଇଥିଲା। ପୂର୍ବରୁ ଏହି ଘଟଣାରେ ଆଉ ତିନିଜଣ ଗିରଫ ହୋଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories