www.samajalive.in
Monday, December 15, 2025
24.1 C
Bhubaneswar

ଦ୍ୱିତୀୟଥର ପାଇଁ ଅନିମା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି, ବିଭିନ୍ନ ମହଲରେ ସ୍ୱାଗତ

ଫୁଲବାଣୀ: ବିଜୁ ମହିଳା ଜନିତା ଦଳର ନୂତନ ରାଜ୍ୟ କମିଟି ଇତି ମଧ୍ୟରେ ଘୋଷିତ ହୋଇଥିବା ବେଳେ କନ୍ଧମାଳ ଜିଲାର ପୂର୍ବତନ ଜିଲା ସଭାନେତ୍ରୀ ତଥା ବର୍ତ୍ତମାନର କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପୁଣିଥରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଏହି ପଦବିରେ ଥିଲେ। ଏହି ଘୋଷଣା ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।

ପ୍ରକାଶ ଯେ ସୁଶ୍ରୀ ଅନିମା କହଁର ଗତ ୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଦ୍ୱିତୀୟଥର ପାଇଁ ବର୍ତ୍ତମାନ ମଧ୍ୟ ସେ ଖଜୁରିପଡା ବ୍ଳକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିଭଳି ଗତ ୨୦୧୫ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ କନ୍ଧମାଳ ଜିଲା ବିଜୁ ମହିଳା ଜନତା ଦଳର ଜିଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। କଳାହାଣ୍ଡି ଜିଲାର ମହିଳା ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଉପରେ ଆସ୍ଥା ରଖି ପୁଣିଥରେ ତାଙ୍କ ରାଜ୍ୟ ଉପସଭାପତି ଭାବେ ମନୋନିତ କରାଯାଇଥିବା ଯୋଗୁଁ ସେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ , ଜିଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ଅନ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories