www.samajalive.in
Monday, December 15, 2025
16.1 C
Bhubaneswar

ଅବସର ପରେ ନୂଆ ଦାୟିତ୍ବ, ସିଡିଏ ଅଧ୍ୟକ୍ଷ ହେଲେ ଅନିଲ ସାମଲ

କଟକ: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ତଥା କଟକ ମହାନଗର ନିଗମ (ସିଏମସି) ପ୍ରଶାସକ ଥିବା ଅନିଲ ସାମଲ ଗୁରୁବାର ଅବସର ଗ୍ରହଣ କରିଛନ୍ତି। ଅବସର ପରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କୁ ପୁଣି ନୂତନ ଦାୟିତ୍ବ ଦିଆଯାଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅଧ୍ୟକ୍ଷ ଓ ନିଗମର ପ୍ରଶାସକ ଭାବେ ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ନିୟମ, ୧୯୮୨ ଧାରା ୩ ଏବଂ ଉପଧାରା ୫ (କ) ଅନୁସାରେ ନଗର ଉନ୍ନୟନ ବିଭାଗ ଏହି ନୂତନ ଦାୟିତ୍ବ ଅର୍ପଣ କରିଛି।

ଶ୍ରୀ ସାମଲ ଏହା ପୂର୍ବରୁ ଆଇଜିଆର, ଅତିରିକ୍ତ ପରିବହନ ଆୟୁକ୍ତ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ମଧ୍ୟ ଥିଲେ। ସେ ଯାଜପୁର ଓ ଅନୁଗୋଳ ଜିଲାର ଜିଲାପାଳ ଏବଂ ପର୍ଯ୍ୟଟନ ନିର୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ବିଶେଷକରି ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ସମ୍ବଲପୁର ମା’ ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ, ବଡ଼ଡାକ୍ତରଖାନା ଉନ୍ନତିକରଣ, ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣ, ନୂତନ ବସ ଟର୍ମିନାଲ ଆରମ୍ଭ ଓ ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରଭୃତିରେ ତାଙ୍କର ଭୂମିକା ରହିଥିଲା। ସେହିଭଳି ନିଜ ଜନ୍ମମାଟି କଟକ ଜିଲା ମାହାଙ୍ଗାସ୍ଥିତ ଉମରର ପ୍ରସିଦ୍ଧ ହନୁମାନଜୀଉ ଓ ବଳଭଦ୍ର କ୍ଷେତ୍ରକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ବହୁ ପଦକ୍ଷେପ ନେଇଥିଲେ। ନୂଆ ଦାୟିତ୍ବ ପରେ ବଡ଼ ଡାକ୍ତରଖାନା ଉନ୍ନତିକରଣ ଓ ନେତାଜୀ ସୁଭାଷ ବସ୍‌ ଟର୍ମିନାଲର ମଧ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories