www.samajalive.in
Sunday, December 14, 2025
19.1 C
Bhubaneswar

ଆରକ୍ଷୀ ଅଧୀକ୍ଷକଙ୍କୁ ଅଟକାଇଲେ ଆଶାକର୍ମୀ

ପୁରୀ: ଶରୀର ତାପମାତ୍ରା ପରୀକ୍ଷା ପାଇଁ ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ ସିଂହଙ୍କୁ ଗୁରୁବାର ଅଟକାଇଥିଲେ ଜଣେ ଆଶାକର୍ମୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ହୁମର ଗତେଶ୍ବର ଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଂହ ମତଦାନ ତଦାରଖ ପାଇଁ ଯାଇଥିବାବେଳେ ଆଶାକର୍ମୀ ଜଣଙ୍କ ତାଙ୍କୁ ଅଟକାଇଥିଲେ। କରୋନା କଟକଣା ଅନୁଯାୟୀ ପ୍ରଥମେ ଶରୀର ତାପମାତ୍ରା ପରୀକ୍ଷା (ଥର୍ମାଲ ସ୍କ୍ରିନିଂ) କରି ଭିତରେ ପ୍ରବେଶ କରିବାକୁ ଆଶାକର୍ମୀ କହିଥିଲେ।

ଏହାଦେଖି ସେଠାରେ ଉପସ୍ଥିତ ଅନ୍ୟ ଦୁଇ ପୁଲିସ ଅଧିକାରୀଙ୍କ ସମେତ ମତଦାତା ତାଜୁବ ହୋଇଯାଇଥିଲେ। ତେବେ ଆଶାକର୍ମୀଙ୍କ ଏଭଳି କର୍ତ୍ତବ୍ୟପରାୟଣତା ଏବଂ ସାହସିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଶ୍ରୀ ସିଂହ। ଆଶାକର୍ମୀଙ୍କୁ ବହୁତ ଭଲ (ଭେରିଗୁଡ୍‌) ବୋଲି କହିଥିଲେ। ଶରୀର ତାପମାତ୍ରା ପରୀକ୍ଷା ନକରି କାହାକୁ ଭିତରକୁ ଛାଡ଼ିବ ନାହିଁ ବୋଲି ଆରକ୍ଷୀ ଅଧୀକ୍ଷକ ଆଶାକର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଆଶାକର୍ମୀଙ୍କ ପିଠି ଥାପୁଡ଼ାଇ ଶ୍ରୀ ସିଂହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଆଶାକର୍ମୀ ଜଣଙ୍କ ତୁଣ୍ଡି ପିନ୍ଧିବା ସହ ମୁହଁରେ ମୁଖ ଘୋଡ଼ଣି (ଫେସ୍‌ ସିଲ୍‌ଡ) ଏବଂ ଦୁଇ ହାତରେ ଗ୍ଲୋବସ୍‌ ପିନ୍ଧିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories