www.samajalive.in
Sunday, December 14, 2025
26.1 C
Bhubaneswar

ଫୁଲୁଛି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ହୋଇଛି। ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ଉପରୋକ୍ତ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ବିପଦ ସଙ୍କେତ ଉପରେ ପ୍ରବାହ କରୁଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ଜଳସ୍ତର ୫.୯୦ ମିଟର ରହିଥିଲା। ସକାଳୁ ଜଳକା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା। ବଂଶଧାରା ଓ ବ୍ରାହ୍ମଣୀ ମଧ୍ୟ ଫୁଲୁଛି। ମହାନଦୀର ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ଯେତିକି ଜଳ ପ୍ରବେଶ କରିଛି ୩ ଫାଟକ ଦେଇ ସେତିକି ଜଳ ନିଷ୍କାସିତ ହେଉଥିବା ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ(ଏସଆରସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ସୁବର୍ଣ୍ଣରେଖା ଜଳସ୍ତର ଜାମଶୋଳାଘାଟ ଏବଂ ରାଜଘାଟରେ ବଢ଼ୁଛି। ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସନ୍ଧ୍ୟା ୬ଟା ବେଳକୁ ୭.୪୩ ମିଟର ଏବଂ ଜାମଶୋଳଘାଟରେ ବିପଦ ସଙ୍କେତ ୪୯.୧୫ ମିଟର ଥିବାବେଳେ ୪୬.୪୦ ମିଟର ଜଳ ପ୍ରବାହିତ ହେଉଥିଲା। ଏନଏଚ-୫ରେ ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ରହିଛି; କିନ୍ତୁ ୪.୨ ମିଟର ଜଳ ପ୍ରବାହ କରୁଛି। ଏଠାରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଉଛି। ବ୍ରାହ୍ମଣୀ ଜଳସ୍ତର ପାନପୋଷରେ ବଢ଼ୁଥିବାବେଳେ ଜେନାପୁରରେ ହ୍ରାସ ପାଉଛି। ପାନପୋଷରେ ବିପଦ ସଙ୍କେତ ୧୭୮.୪୨ ମିଟର ଥିବାବେଳେ ଜଳସ୍ତର ୧୭୩.୨୧ ମିଟରରେ ଥିଲା। ବଂଶଧାରା ଜଳସ୍ତର ଗୁଣୁପୁରରେ ବୃଦ୍ଧି ପାଉଛି; କିନ୍ତୁ କାଶିନଗରରେ ବିପଦ ସଙ୍କେତ ତଳେ ପ୍ରବାହ କରୁଛି। ମହାନଦୀର ଜଳସ୍ତର ନରାଜରେ କମୁଛି। ଦେବୀ ଓ ଇବ୍ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ହେଲେ ନିମାପଡାରେ କୁଶଭଦ୍ରା ଜଳସ୍ତର ସ୍ଥିର ରହିଛି। ବୈତରଣୀ ଜଳସ୍ତର ଆନନ୍ଦପୁର ଓ ଆଖୁଆପଦା ଏବଂ ପୁରୁଷୋତ୍ତମପୁରଠାରେ ରୁଷିକୂଲ୍ୟା ଜଳସ୍ତର ସ୍ଥିର ରହିଛି।

- Advertisement -

ଅପରପକ୍ଷରେ ହୀରାକୁଦ ଜଳସ୍ତର ୬୩୦ ଫୁଟ ଥିବାବେଳେ ଜଳ ଭଣ୍ଡାରକୁ ୭୯,୮୮୧ କ୍ୟୁସେକ ଜଳ ପ୍ରବେଶ କରୁଛି। ୩ଟି ଫାଟକ ଦେଇ ୭୯,୮୮୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଖଇରମାଳରେ ୮୮ ହଜାର କ୍ୟୁସେକ, ବରମୂଳରେ ୬୮,୨୦୦ କ୍ୟୁସେକ ଏବଂ ମୁଣ୍ଡଳିରେ ୬୪,୮୦୦ କ୍ୟୁସେକ ଜଳ ପ୍ରବାହିତ କରୁଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories