ଦେଓଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଆଶାକର୍ମୀଙ୍କ ଧାରଣା

ଦେଓଗାଁ: ଟ୍ରେଡ଼ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଦେଓଗାଁ ବ୍ଲକ ନିଖିଳ ଆଶାକର୍ମୀ ସଂଘ ପକ୍ଷରୁ ଧାରଣା ଦେବା ସହ ଧର୍ମଘଟ କରିଛି। ବ୍ଳକର ବିଭିନ୍ନ ଗାଁରେ କାର୍ୟ୍ୟ କରୁଥିବା ଆଶା କର୍ମୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଆସି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆଶାକର୍ମୀ ମାନେ ୧୨ଦଫା ଦାବି ନେଇ ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଛନ୍ତି। ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ହେବାରୁ ଗର୍ଭବତୀ ମା’ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଦେଓଜିରେ ଜଣେ ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେଇ ୨୪ ଘଣ୍ଟିଆ ପ୍ରସବ କରାଇବା କୁ ଆଶାକର୍ମୀ ମାନେ ଦାବି କରିଛନ୍ତି। ଆଜିର ଏହି ଆନ୍ଦୋଳନକୁ ଆଶା ସଂଘର ସଭାପତି ଜୋସ୍ନା ରାଣୀ ଷଡ଼ଙ୍ଗୀ, ଉପ ସଭାପତି ଜାହ୍ନବୀ ବାରିକ, ସମ୍ପାଦିକା ପୂର୍ଣ୍ଣିମା ହରପାଲ , ଆଶା ସାଥି ବବିତା ଭୋଇଙ୍କ ନେତୃତ୍ୱରେ ହୋଇଥିଲା। ବ୍ଳକରେ କାର୍ୟ୍ୟ କରୁଥିବା ସମସ୍ତ ଆଶା କର୍ମୀ ଯୋଗ ଦେଇ ଧାରଣାରେ ବସିଥିଲେ। ମଙ୍ଗଳବାର ଦିନ ମଧ୍ୟ ଆଶାକର୍ମୀଙ୍କ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

kalyan agarbati

Comments are closed.